Header ADS

ନୀଳଗିରି ଲୋକଙ୍କ ସେବାରେ ଶୁଭେନ୍ଦୁ ଦାସ ମଙ୍ଗରାଜ

 


ନୀଳଗିରି ୦୯/୦୩/୨୩ :- ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରି ସଭାପତି ଶୁଭେନ୍ଦୁ ମଙ୍ଗରାଜ ଙ୍କ ମହାନତା,ଦିବ୍ୟାଙ୍ଗଙ୍କୁ ସରକାରୀ ସ୍ତରରେ ଟ୍ରାଏସାଇସେଲ ରେ ବ୍ୟବସ୍ଥା କଲେ ଶୁଭେନ୍ଦୁ ଦାସ ମଙ୍ଗରାଜ।ସୁଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ମଛୁଆ ପଞ୍ଚାୟତ ର  ସତ୍ୟନାରାୟଣ ପରିଡ଼ା ହେଉଛନ୍ତି ଜଣେ ଜନ୍ମରୁ ଦିବ୍ୟାଙ୍ଗ। ସରକାରି ସାହାଯ୍ୟ ବୋଲି ଖଣ୍ଡେ ଟ୍ରାଏସାଇକେଲ ଆଉ ମାସିକ ଭତ୍ତା ।ନା ଅଛି ଘର ନା ଅଛି ଇନକମ୍।
ଗୁରୁବାର ଦିନ ବାଲେଶ୍ଵର ରୁ କାଂଶ ଯିବାବେଳେ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ୍ ମଙ୍ଗରାଜ ଙ୍କ ନଜର ପଡ଼ିଥିଲା ଦିବ୍ୟାଙ୍ଗ  ସତ୍ୟନାରାୟଣ ପରିଡ଼ା ଙ୍କ ଉପରେ।ତେବେ ତୁରନ୍ତ ଶ୍ରୀ ମଙ୍ଗରାଜ ଉକ୍ତ ଦିବ୍ୟାଙ୍ଗ ଙ୍କୁ ଗାଡ଼ି କରି ନୀଳଗିରି ବ୍ଲକ୍ କୁ ଆଣିଥିଲେ ଏବଂ ନୀଳଗିରି ବିଡ଼ିଓ ରାହୁଲ୍ ମଣ୍ଡଳ ଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ କରାଇଥିଲେ।ଏବଂ ବିଡ଼ିଓ ତୁରନ୍ତ ଦିବ୍ୟାଙ୍ଗ ଙ୍କୁ ଟ୍ରାଏସାଇକେଲ ର ବ୍ୟବସ୍ଥା କରିଥିବା ଦେଖିବାକୁ ମିଳୁଛି।
ତେବେ ଶୁଭେନ୍ଦୁ ଦାସ ମଙ୍ଗରାଜ ଙ୍କ ସମେତ ନିଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଅମ୍ବିକା ଦାସ ଙ୍କ ପ୍ରତିନିଧି ଶରତ କୁମାର ଦାସ , ସମାଜସେବୀ ଉଦୟ ଜ୍ୟୋତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ତେବେ ଏହି ମହାନତା ପାଇଁ ଦିବ୍ୟାଙ୍ଗ ସତ୍ୟନାରାୟଣ ପରିଡ଼ା ଉପସ୍ଥିତ ଥିବା ସମସ୍ତ ଙ୍କୁ ସାଧୁବାଦ ଜଣାଇଛନ୍ତି।

Post a Comment

أحدث أقدم
Header ADS