Header ADS

କିଏ ଏହି ପ୍ରଶାନ୍ତ ମେଣ୍ଡୁଲି, ଯାହାଙ୍କ ପାଖରେ ସରକାର ମଧ୍ୟ ନଇଁବାକୁ ବାଧ୍ୟ ହେଲେ

 


ଓଡିଶା ଆଦର୍ଶ ,୧୮/୦୩ :- ଯେଉଁ ଡ୍ରାଇଭର ଙ୍କୁ ଦିନେ କେହି ଗୁରୁତ୍ୱ ଦେଉନଥିଲେ ମାତ୍ର 3 ଦିନ ରେ ସାରା ଓଡିଶା ବାସି ସେମାନଙ୍କର ମୂଲ୍ୟ ବୁଝି ପାରିଛନ୍ତି । ଦୁଇଦିନ ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ରେ ଚକ ଅଖ ବନ୍ଦ , ପନି ପରିବା ଦର ଆକାଶ ଛୁଆଁ ,  ପେଟ୍ରୋଲ ମିଳିଲାନି , ନାହିଁ ନଥିବା ଅବସ୍ଥା ,ଶେଷରେ ପରିସ୍ଥିତି ଏଭଳି ହେଲା ଯେ ଯେଉଁ ଡ୍ରାଇଭର ଙ୍କୁ ହେୟ ମନେ କରୁଥିଲେ ସେଇ ଡ୍ରାଇଭର ଙ୍କ ସାମ୍ନାରେ ମୁଣ୍ଡ ନୂଆଇଁଲେ ସରକାର । ମୁଖ୍ୟ ଶାସନ ସଚିବ ଲିଖିତ ଆକାର ରେ ଦାବି ପୂରଣ ହେବାନେଇ ପ୍ରତିଶୃତି ରଖିଲେ ।
ତେବେ ଡ୍ରାଇଭର ଙ୍କ  ଏକତା ଭିତରେ ଏବେ ସବୁରି ଗୋଟିଏ ଚର୍ଚ୍ଚା , ମାର୍ଚ୍ଚ ୧୫ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ରୁ ଓହରିବା, ଯାହାଙ୍କ ଗୋଟିଏ ନିର୍ଦେଶ କୁ ସାରା ଓଡିଶା ବାସି ଙ୍କ ସହିତ ମିଡ଼ିଆ ଏବଂ ଲକ୍ଷ ଲକ୍ଷ ଡ୍ରାଇଭର ପ୍ରତୀକ୍ଷା କରି ରହିଥିଲେ , ସେ ହେଉଛନ୍ତି ଡ୍ରାଇଭର ମହାସଂଘ ର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଓରଫ ଅଜୁ ଭାଇ । ଆସନ୍ତୁ ଜାଣିବା ଅଜୁ ଭାଇ ଙ୍କ ବିଷୟରେ , କିଭଳି ସେ ଏତେବଡ ଡ୍ରାଇଭର ମହାସଂଘ ତିଆରି କରିପାରିଛନ୍ତି ।
ପ୍ରଶାନ୍ତ ଓରଫ ଅଜୁ ଭାଇ ଙ୍କ ଘର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ , ମାଧପୁରର ବରଡ଼ାକଟା ଗାଁ ରେ । ଏକ ନିମ୍ନବିତ ପରିବାରରେ ପ୍ରଶାନ୍ତ ମେଣ୍ଡୁଲିଙ୍କ ଜନ୍ମ । ବାପା ରଙ୍କନିଧି ମେଣ୍ଡୁଲି ଜଣେ ଚାଷୀ ଓ ମା ଭଗବତୀ ମେଣ୍ଡୁଲି  ହେଲେ ଜଣେ ଗୃହିଣୀ ।ରଙ୍କନିଧି ଓ ଭାଗବତୀଙ୍କ ଦୁଇ ପୁଅ ମଧ୍ୟରୁ ପ୍ରଶାନ୍ତ ସାନ । ପ୍ରଶାନ୍ତ ଗାଁ ସ୍କୁଲରେ ଦଶମ ଶ୍ରେଣୀ ପାସ କରିବା ପରେ ଯୁକ୍ତ ଦୁଇ ଆଡମିଶନ କରି ପଢିବା ପାଇଁ ଚାହିଁଥିଲେ । କିନ୍ତୁ ନାମ ଲେଖାଇବା ପାଇଁ ୧୫୦୦ ଟଙ୍କା ତାଙ୍କ ପାଖରେ ନଥିଲା ।ତଥାପି ପଢିବା ପାଇଁ ମନରେ ଅହେତୁକ ଇଛା ଥିଲା ଯେଉଁଥିପାଇଁ ସେ ମାଟି ବୋହିବା କାମ କରିଥିଲେ । କିନ୍ତୁ ଖରା ତରାରେ ମାଟି ଦୁଇ ଚାରିଦିନ ବୋହିବା ପରେ ସେ ଅସୁସ୍ଥ ହୋଇ ପଡିଲେ । ଏହି ସମୟରେ ଶୁଣିବାକୁ ପାଇଲେ କି ମାନଯୋର ପ୍ରୋଜେକ୍ଟଠାରେ କାମ କରୁଥିବା ଟ୍ରକରେ ହେଲପର କାମ କଲେ ମାସକୁ ୮୦୦ ଟଙ୍କା ମିକିବ । ତୁରନ୍ତ ସେ ହେଲ୍ପର ଵାହବେ କାମ କରିଥିଲେ କିନ୍ତୁ ଯେଉଁ ଗାଡ଼ିରେ ସେ କାମ କରୁଥିଲେ ସେହି ଗାଡି ମାନଯୋର ଛାଡି ଅନ୍ୟ ଜିଲ୍ଲାକୁ ପଳାଇଥିଲା ପ୍ରଶାନ୍ତ ଙ୍କୁ ତାଙ୍କ ପାଉଣା ନଦେଇ ।
ଶେଷରେ ପ୍ରଶାନ୍ତ ଗାଡି ମାଲିକ ପାଖକୁ ଯାଇ କନ୍ଦାକଟା କରିବା ପରେ ତାଙ୍କୁ ଦୁଇ ମାସର ଦରମା ୧୮୦୦ ଟଙ୍କା ମିଳିଥିଲା । କିନ୍ତୁ ସେତେବେଳକୁ ଆଡମିଶନ ସମୟ ପଳାଇ ଯାଇଥିଲା । ମନ ଭାଙ୍ଗି ଯାଇଥିଲା ପ୍ରଶାନ୍ତ ଙ୍କର , ପରେ ସେ ପାଠ ଛାଡି ଡ୍ରାଇଭିଙ୍ଗ ଶିଖିଥିଲେ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ହାସଲ କରିବା ପରେ ଡ୍ରାଇଭର ପାଲଟିଯାଇଥିଲେ ପ୍ରଶାନ୍ତ।  ପ୍ରଶାନ୍ତ ବିବାହିତ ଥିବାବେଳେ ତାଙ୍କର ଏକ ପୁତ୍ର ମଧ୍ୟ ଅଛି । ତେବେ କୋଭିଡି ମହାମାରୀ ସମୟରେ ଡ୍ରାଇଭର ଙ୍କ ଅବସ୍ଥା ତାଙ୍କୁ ଭାରି କଷ୍ଟ ଦେଇଥିଲା । ଡ୍ରାଇଭର ଙ୍କୁ କିଭଳି ତାଙ୍କର ନାର୍ଯ୍ୟ ଦାବି ମିଳିବ ସେ ଅଣ୍ଟା ଭିଡ଼ିଥିଲେ । ବୁଲି ବୁଲି ଡ୍ରାଇଭର ଙ୍କୁ ବୁଝାଇ ଥିଲେ ,କିନ୍ତୁ କେହି ତାଙ୍କ କଥା ଶୁଣି ନଥିଲେ ।
ଧୀରେ ଧୀରେ ସେ ମହାମାରୀ ସମୟରେ ଡ୍ରାଇଭର ଙ୍କ ସମସ୍ୟା ସମୟରେ ସେମାନଙ୍କ ପାଖରେ ପହଁଚିଲେ , ସେମାନଙ୍କ ସୁଖ ଦୁଃଖରେ ଭାଗିଦାରୀ ହେଲେ ,ଡ୍ରାଇଭର ଙ୍କ ଏକତା ବିଷୟରେ ବୁଝାଇଲେ ଫଳରେ ତାଙ୍କ ପ୍ରତି ଡ୍ରାଇଭର ଙ୍କ ବିଶ୍ୱାସ ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଲା । ସେହି ସମୟରେ ତାଙ୍କ ସହିତ ହାତ କୁ ହାତ ମିଳାଇ ଆଗକୁ ଆସିଲେ ଅନ୍ୟ ପାଞ୍ଚ ଜଣ ଯିଏ କି ଡ୍ରାଇଭର ମହାସଂଘ ରେ ପଞ୍ଚୁ ପାଣ୍ଡଵ ନାମରେ ନାମିତ ।
ସମସ୍ତେ ମିଶି ଡ୍ରାଇଭର ଙ୍କୁ ପ୍ରତି ପଞ୍ଚାୟତ ରେ ଏକାଠି କରାଇଲେ , ପ୍ରାଥମିକ ପର୍ଯ୍ୟାୟ ରେ ସମସ୍ତଙ୍କୁ ୟୁନିଫର୍ମ , ଆଇଡି କାର୍ଡ ବ୍ୟବସ୍ତା କରାଇଲେ । ପୂର୍ବରୁ ଭୁବନେଶ୍ୱର ରେ ମଧ୍ୟ ଆନ୍ଦୋଳନ ଡାକରା ଦେଇ ଧସେଇ ପଶିଥିଲେ କିନ୍ତୁ ଅଣ ଡ୍ରାଇଭର ମାନେ ଚକ୍ରାନ୍ତ କରି ଆନ୍ଦୋଳନ ଭଣ୍ଡୁର କରିଦେଇଥିଲେ ଯେଉଁଥିରେ କି ଅବ୍ୟବସ୍ଥା ହୋଇଥିଲା ଏବଂ ଡ୍ରାଇଭର ସମାଜ ନିନ୍ଦିତ ହୋଇଥିଲେ ଏପରିକି ସଂଘ ରେ ଫାଟ ସୃଷ୍ଟି ହେଇଥିଲା ,ଯାହାକୁ ନେଇ ଭାଙ୍ଗି ପଡ଼ିଥିଲେ ପ୍ରଶାନ୍ତ ।
ତେବେ ସବୁବେଳେ ଡ୍ରାଇଭର ଙ୍କ ଉର୍ନ୍ନତି ଚାଁହୁଥିବା ପ୍ରଶାନ୍ତ ପୁଣି ଗୋଟାଇଥିଲେ ବଳ , ସମସ୍ତଙ୍କୁ ଏକାଠି କରାଇଥିଲେ ଏବଂ ଯାହାର ପରିଣାମ ଆଜି ସମସ୍ତେ ଦେଖୁଛନ୍ତି । ତେବେ ଡ୍ରାଇଭର ଙ୍କୁ ସମାଜ ରେ ସମ୍ମାନ ମିଳୁ ଏହାହିଁ ଆମର ସମାଜ ଏବଂ ସରକାର ଙ୍କ ପାଖରେ ଅନୁରୋଧ।

Post a Comment

Previous Post Next Post
Header ADS