Header ADS

ଜଡିଦା ପଞ୍ଚାୟତ ଡ୍ରାଇଭର ମହାସଂଘ ତରଫରୁ ମାର୍ଚ୍ଚ ୧୫ ଠାରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ।

 

ନୀଳଗିରି ୦୩/୦୩/୨୩ :-  ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜଡ଼ିଡା ପଞ୍ଚାୟତ ରେ ଓଡିଶା ଡ୍ରାଇଭର ମହାସଂଘ ର ଆହ୍ଵାନ କ୍ରମେ ଜଡିଦା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଡ୍ରାଇଭର ମାନଙ୍କର ନିଜର ନ୍ୟାର୍ଯ୍ୟ ଦାବି କିଭୋଳୀ ରାଜ୍ୟ ସରକାଙ୍କଠାରୁ ପାଇବେ ଏବଂ ଡ୍ରାଇଭର ମହାସଂଘ ତରଫରୁ ଜାରି କରାଯାଇଥିବା ନିୟମ କୁ ମାନିବେ ସେ ବିଷୟରେ ଆଲୋଚନା ହୋଇଥିଲା।
ଉକ୍ତ ସଭାରେ ଜଡିଦା ପଞ୍ଚାୟତ ସଭାପତି ମାନସ ସିଂ ଙ୍କ ତତ୍ୱବଧାନରେ ଜଡିଦା ପଞ୍ଚାୟତ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଡ୍ରାଇଭର ସମାଜ କୁ କିପରି ନ୍ୟାୟ ଦବାର ସହାୟକ ହେବେ ସେ ପ୍ରତି ଏକ ଶପଥ ଗ୍ରହଣ କରିଥିଲେ।
ତେବେ ଆଗାମୀ ମାର୍ଚ୍ଚ ୧୫ତାରିଖ ରେ ରାଜ୍ୟରେ ସମସ୍ତ ଡ୍ରାଇଭର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ରେ ସାମିଲ ହବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଛି। ତେବେ ରାଜ୍ୟ ସରକାର ଡ୍ରାଇଭର ଙ୍କ ଗୁହାରି ଶୁଣୁଛନ୍ତି ନା ଡ୍ରାଇଭର ତାଙ୍କ ଜିଦ୍ ରେ ଅଟଳ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Post a Comment

Previous Post Next Post
Header ADS