Header ADS

ଭୀମସାର ଡାକ୍ତରଙ୍କ ମହନୀୟତା: ରୋଗୀଙ୍କ ସହ ଚଟାଣରେ ଶୋଇଲେ, ଚିକିତ୍ସା କଲେ

 


ସମ୍ୱଲପୁର ୨୬/୦୩: ରୋଗୀଙ୍କ ସହ ଚଟାଣରେ ଶୋଇଲେ ଡାକ୍ତର । ବୁଝିଲେ ଭଲ ମନ୍ଦ ଓ କଲେ ଚିକିତ୍ସା । ବୁର୍ଲା ଭୀମସାରରୁ ଆସିଛି ଏଭଳି ମାନବିକତାର ଖବର । ଏପରି ଚିକିତ୍ସା କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଭୀମସାର ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ।

ସୂଚନାଥାଉକି, ସୋମବାର ବିଳମ୍ବିତ ରାତ୍ରିରେ ଅନକଲ୍ ଡ୍ୟୁଟିରେ ଥିଲେ ଡାକ୍ତର ରାମଚନ୍ଦାନୀ । ସେହି ସମୟରେ ଜଣେ ଜରୁରୀକାଳୀନ ରୋଗୀ ଭୀମସାରକୁ ଆସିଥିଲେ । ତେବେ ବେଡ ଅଭାବରୁ ରୋଗୀଟି ତଳେ ଚଟାଣରେ ଶୋଇଥିବା ଦେଖିବା ପରେ ନିଜେ ଡାକ୍ତର ରୋଗୀଙ୍କ ବିଛଣାରେ ତଳେ ଶୋଇ ଅସୁବିଧା ବୁଝିଥିଲେ । ତଳେ କିଛି ସମୟ ଶୋଇବା ସହ ଚିକିତ୍ସା କରିବା ସହ ଭଲ ମନ୍ଦ ବୁଝିଥିଲେ ଡାକ୍ତର ରାମଚନ୍ଦାନୀ । ଯାହା ଆଜି ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି ।

Post a Comment

أحدث أقدم
Header ADS