Header ADS

ନିଶା' କୁ ନା , ମା' କୁ ସମ୍ମାନ ସଂକଳ୍ପ ଯାତ୍ରା

 

ଜଳେଶ୍ବର ୧୯/୦୩/୨୩ :-  ବସ୍ତା ବ୍ଲକ ଅନ୍ତର୍ଗତ କାଦରାୟାଁ ଗ୍ରାମପଞ୍ଚାୟତରେ "ବିଶ୍ଵାସ ସାମାଜିକ ସଂଗଠନ" ଆନୁକୁଲ୍ୟରେ ନିଶାମୁକ୍ତ ଅଭିଯାନ "ନିଶା କୁ ନା- ମାଆ’କୁ ସମ୍ମାନ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିଶା ବିରୁଦ୍ଧ ଏହି ସଂଗ୍ରାମରେ ଶତାଧିକ ଯୁବକ ଯୁବତୀ ଏବଂ ମା'ମାନେ ସାମିଲ ହୋଇ କାଦରାୟାଁ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ଦେଭୋଗ ଗାଁ ପର୍ଯ୍ୟନ୍ତ ପଥପ୍ରାନ୍ତ ସଭା, ଶୋଭାଯାତ୍ରା ଦ୍ୱାରା ନିଶା ମୁକ୍ତ ସମାଜ ଗଠନ କରିବା ପାଇଁ  ସଚେତନତା ସୃଷ୍ଟି କରାଇଥିଲେ |ଏହି କାର୍ଯ୍ୟକ୍ରମରେପୂର୍ବତନ ସରପଞ୍ଚ ସେକ ଅବଦୁଲ୍ ଫିରୋଜୁଦ୍ଦିନ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ସେକ୍ ଅବଦୁଲ୍ ଗନି, ସ୍ଥାନୀୟ ୱାର୍ଡ ସଭ୍ୟ ସେକ୍ ଆସିରୁଦ୍ଦିନ, ଜିପିଏଲ୍ଏଫ୍ ପ୍ରେସିଡେଣ୍ଟ ନଇମା ଅକ୍‌ତାରୀ ଓ ସେକ୍ରେଟାରୀ ଅଫ୍‌ସନା ବିବି, ସମାଜସେବୀ ସେକ୍ ଫିରୋଜା, ବରିଷ୍ଠ ନାଗରିକ ସେକ୍ ଆବାସ୍ ଓ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଇଥିଲେ । 
ଏଭଳି ପ୍ରୟାସ ପାଈଁ ବିଶ୍ଵାସ ସମାଜିକ ସଂଗଠନ ର ସାଧାରଣ ସମ୍ପାଦକ ଶ୍ରୀ ସଂଗ୍ରାମ କେଶରୀ ପରିଡ଼ାଙ୍କୁ କାଦରାୟାଁ ପଞ୍ଚାୟତବାସୀ ପ୍ରଶଂସା କରିବା ସହିତ ସ୍ଵାଗତ ମଧ୍ୟ କରିଛନ୍ତି । ବିଶ୍ଵାସ ତରଫରୁ  ସଚ୍ଚିଦାନନ୍ଦ ଦାସ, ସୁଧାଂଶୁ ଜେନା, ଚନ୍ଦନ ସାହୁ ଓ ମାନସ ରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ । ଏଭଳି କାର୍ଯ୍ୟକ୍ରମ ପାଇଁ ବିଶ୍ଵାସକୁ ବସ୍ତା ତଥା କାଦରାୟାଁରେ ବିଭିନ୍ନ ମହଲର ବୁଦ୍ଧିଜୀବିମାନେ  ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରତିଟି ବ୍ୟକ୍ତିବିଶେଷମାନେ ସମାଜର ଜଣେ ଜଣେ ଯୋଦ୍ଧା ବୋଲି ଶ୍ରୀ ପରିଡା କହିଥିଲେ ଏଵଂ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ ।

Post a Comment

أحدث أقدم
Header ADS