ନୟାଗଡ ୧୩/୦୩/୨୩ :- ଦିନକୁ ଦିନ ବିଶ୍ୱତାପନ ବୃଦ୍ଧି ପାଇବା ସହ ଗ୍ରୀଷ୍ମ ଦିନେ ଜଳାଶୟ ଶୁଷ୍କ ହେବାକୁ ଲାଗିଲାଣି, ପଶୁ ପକ୍ଷୀ ମାନେ ଜଳ ପାନ କରିବାକୁ ପାଉନାହାନ୍ତି। ଏଭଳି ପରିସ୍ଥିତିରେ ପକ୍ଷୀମାନଂକ ଜଳ ପାନ ପାଇଁ ବିଶେଷ ଅସୁବିଧାକୁ ପରିଲିକ୍ଷିତ କରି ନୟାଗଡ଼ ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଆଜି ପ୍ରତାପପ୍ରସାଦ ରୁ ଦର୍ପନାରାୟଣପୁର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଜଳ ପାତ୍ରର ବ୍ୟବସ୍ଥା କରିଛନ୍ତି।
ଖରା ଦିନେ ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।ଖୁବ୍ ଶୀଘ୍ର ଅନୁଷ୍ଠାନ ତରଫରୁ ପଶୁ ମାନଙ୍କ ପାଇଁ ସିମେଣ୍ଟ ଜଳକୁଣ୍ଡର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ଦ୍ଵାରା ପ୍ଲାଷ୍ଟିକ ବୋତଲ ପୁନଃ ବ୍ୟବହାର କରାଯାଉଛି। ଏଭଳି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।
Post a Comment