Header ADS

ରକ୍ତ ଦାନ ମହତ ଦାନ, ଶୁଭେନ୍ଦୁ ଦାସ ମଙ୍ଗରାଜ ଙ୍କ ନେତୃତ୍ଵରେ ସଂଗୃହିତ ହେଲା ୬୦ୟୁନିଟ୍ ରକ୍ତ

 

ନୀଳଗିରି ୧୨/୦୩/୨୩ :-  ଗ୍ରୀଷ୍ମ ମାସରେ ରକ୍ତ ଅଭାବ କୁ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ନେତୃତ୍ବରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ଭଉଁରିଆବାଡ ପଞ୍ଚାୟତ ଜଡ଼ିବାଲି ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।
ଏହି ରକ୍ତଦାନ ଶିବିରକୁ ଭଉଁରିଆବାଡ ପଞ୍ଚାୟତ ର ବରିଷ୍ଠ ବିଜେଡ଼ି ନେତା ଜଳଧର ନାୟକ ଏବଂ ଶୁଭେନ୍ଦୁ ଦାସ ମଙ୍ଗରାଜ ଫିତାକାଟି ଉଦ୍ଘାଟନ କରିଥିଲେ।ସୁଚନା ଅନୁଯାୟୀ ଏହି ରକ୍ତ ଦାନ ଶିବିର ରେ  ମୋଟ ୬୦ ୟୁନିଟରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରଯାଇଛି।ତେବେ ଶୁଭେନ୍ଦୁ ଦାସ ମଙ୍ଗରାଜ ଙ୍କ ନୀଳଗିରି ନିର୍ବାଚନ ମଣ୍ଡଳୀ ପ୍ରତି ଥିବା ଭଲପାଇବା ଏବଂ ଲୋକ ମାନଙ୍କ ସମର୍ଥନ ପାଇଁ ଏହି ଜନ ହିତକର କାର୍ଯ୍ୟ ରକ୍ତଦାନ ଶିବିର ସଫଳ ହେଇପାରିଛି।
ତେବେ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରେ ନୀଳଗିରି ବ୍ଲକ୍ ବିଜେଡି ସଭାପତି ବିଜୟ ଲେଙ୍କା, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଜନ ଜାତି ସଭାପତି ଶରତ କୁମାର ଦାସ, ସମାଜସେବୀ ଉଦୟ ଜ୍ୟୋତି ମହାନ୍ତି, ରମେଶ ବାଗ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତଙ୍କୁ ଉତ୍ସାହିତ କରିଥଲେ ଏବଂ ଭଉଁରିଆବଡ ପଞ୍ଚାୟତ ର ଲୋକ ମାନେ ସାହାଯ୍ୟ ସହଯୋଗ କରିଥିବା ଦେଖିବାକୁ ମିଳିଛି।



Post a Comment

Previous Post Next Post
Header ADS