Header ADS

ଅସହାୟ ରାଜକୁମାର ପରିବାର କୁ ସାହାଯ୍ୟ ର ହାତବଢାଇଲେ ସମାଜସେବୀ ବିଯେଶ୍ୱର୍ ମଲିକ

 


ବାଲିଗୁଡା ୦୩/୦୨/୨୩ :- ପାଖାପାଖି ଦୀର୍ଘ ଚାରି ବର୍ଷ ହେବ ବିଛଣାରେ ରାଜକୁମାର ଗୌଡ଼ । ପେଷାରେ ସେ ଜଣେ ଥିଲେ ଟ୍ରାକ୍ଟର ଡ୍ରାଇଭର ।

ଦୈନିକ ଗାଡି ଚଲେଇ ନିଜ ପରିବାରର ଗୁଜୁରାଣ କରି ବେଶ ଖୁସିରେ ଚଳୁଥାନ୍ତି ।

 ହେଲେ ଏମିତି ଏକ ଦୁଃଖର ଦିନ ରାଜକୁମାର ଙ୍କ ଜୀବନ କୁ ଆସିବ କିଏ ବା ଭାବିଥିଲା , 

 ଦିନେ ଟ୍ରାକ୍ଟର ଚଳେଇବା ବେଳେ ହଟାତ୍ ଦୁର୍ଘଟଣା ଘଟି ତାଙ୍କ ଅଣ୍ଟା ଭାଙ୍ଗି ଯାଇଥିଲା , ସେ ଦିନୁ ଆରମ୍ଭ ହେଲା ପରିବାର ର ଦୁଃଖ।


 ମେଡିକାଲ କୁ ଯାଇ ଚିକିତ୍ସା କରିଥିଲେ ହେଲେ କୌଣସି ସୁଫଳ ମିଳିନଥିଲା ,  

ଯଦିଓ ବଡ଼ ଡାକ୍ତର ଖାନାକୁ ଯାଇ ଚିକିତ୍ସା କରିବାକୁ ଇଚ୍ଛା କରିଥିଲେ ମଧ୍ୟ ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ ।

 ନିଜର ଯାହାକିଛି ଘରେ ଥିଲା ତାକୁ ବିକ୍ରି କରି ଭଲ ହେବା ନିମନ୍ତେ ପାଖ  ମେଡିକାଲ ଯାଇ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ବେସାହାରା ।

 ପରିବାରର ଆବଶ୍ୟକ ପୂରଣ ମଧ୍ୟ ତାଙ୍କ ପାଇଁ କଷ୍ଟକର , ବର୍ତ୍ତମାନ ସେ ସମ୍ପୁର୍ଣ୍ଣ ନିରୁପାୟ ହୋଇ ବିଛଣାରେ ।ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଶୁଡ୍ରା ପଂଚାୟତ କତେରିଭଟା ଗାଁରେ । 


ଏଭଳି ସମୟରେ ଜଣେ ସମାଜ ସେବୀ,ଅବସର ପ୍ରାପ୍ତ ଆର୍ମୀମ୍ୟାନ ତଥା ଜଣେ ଆଗଧାଡ଼ିର ବିଜେଡି କର୍ମୀ ବିଜେଶ୍ୱର ମଲିକ ଓ  କନ୍ଧମାଳ ସାଂସଦ ଗୋଷ୍ଠୀ ସଂଯୋଜକ ମିଲନ ଦିଗାଲ ଓ ସମସ୍ତଙ୍କର ପ୍ରିୟ ମିଟୁ ବାବୁ ରାଜକୁମାର ଗୌଡ଼ଙ୍କ ପାଖକୁ ପହଁଚି ତାଙ୍କୁ କିଛି ଖାଦ୍ୟ ସାମଗ୍ରୀ,ଶୋଇବା ପାଇଁ ଏକ ଗଦି ଓ କିଛି ଅର୍ଥଦେଇ ସାହାଯ୍ୟର ହାତ ବଢ଼େଇଥିବାଦେଖିବାକୁ ମିଳିଛି ।ସେତିକିରେ ସରିନି, ତାଙ୍କୁ ଭୁବନେଶ୍ୱର ଏକ ଘରେଇ ମେଡିକାଲରେ ଚିକିତ୍ସା କରେଇବାକୁ ସହଯୋଗ କରିବେ ବୋଲି ପ୍ରକାଶ ମଧ୍ୟ କରିଛନ୍ତି ସମାଜ ସେବୀ ବିଜେଶ୍ୱର ବାବୁ ।

 ଆମେ ଏତିକି ଚାହୁଁଛୁ ରାଜକୁମାର ଶୀଘ୍ର ଭଲ ହୁଅନ୍ତୁ ପରିବାର କୁ ନିଜେ ଚଳାନ୍ତୁ,ଏହାହିଁ ଆମର ଭଗବାନ ଙ୍କ ନିକଟରେ ପ୍ରାଥନା ।


Post a Comment

Previous Post Next Post
Header ADS