ନୀଳଗିରି ୦୨/୦୨/୨୩ :- ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅଧିନ ପିଠାହତା ପଞ୍ଚାୟତର ଅନ୍ୟ ଦଳର ଆଗଧାଡିର ୪୦ଜଣ କର୍ମୀ ବିଜେଡ଼ି ଦଳ ରେ ମିଶିଛନ୍ତି।
ରାଜ୍ୟ ସରକାର ଙ୍କ ସ୍ୱଚ୍ଛ ନିର୍ମଳ ଏବଂ ଲୋକାଭିମୁଖି କାର୍ଯ୍ଯ ତଥା ନୀଳଗିରି ବିଜେଡ଼ି ବିଧାୟକ ପର୍ଥୀ ସନ୍ତୋଷ ଖଟୁଆ ଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ଏହି କର୍ମୀ ମାନେ ଅନ୍ୟ ଦଳ ଛାଡି ବିଜେଡ଼ି ରେ ସାମିଲ ହୋଇଥିବା ସୂଚନା ମିଳିଛି।
ଆଗାମୀ ଦିନରେ ଏହି କର୍ମୀ ମାନେ ଲୋକଙ୍କ ସହିତ ଜଡିତ ରହି ଅଞ୍ଚଳରେ ଉନ୍ନତି ଦିଗରେ କାର୍ଯ୍ଯ କରିବେ।
ଏହି କର୍ମୀ ମିଶ୍ରଣ ଅବସରରେ ଜଡ଼ିବାଲିସ୍ଥିତ ନୀଳଗିରି ବିଧାୟକ ପାର୍ଥି ସନ୍ତୋଷ ଖଟୁଆ ଙ୍କ ଫାର୍ମହାଉସ ରେ ନୂତନ କର୍ମୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରଯାଇଥିଲା।
ତେବେ କିଛି ଦିନ ହେବ ଅନ୍ୟ ଦଳ ଛାଡି କର୍ମୀ ମାନେ ବିଜେଡ଼ି ରେ ଯୋଗ ଦେଉଥିବାରୁ ନୀଳଗିରି ବିଜେଡ଼ି ପକ୍ଷରୁ ଲୋକଙ୍କ ସୁବିଧା ଅସୁବିଧା ଏବଂ ସମସ୍ତ ସମସ୍ୟା ତୁରନ୍ତ ସମାଧାନ ହେଇପାରିବ ବୋଲି କହିଛନ୍ତି ନୀଳଗିରି ବିଧାୟକ ପର୍ଥି ସନ୍ତୋଷ ଖଟୁଆ।
Post a Comment