Header ADS

ପଠାଣି ସାମନ୍ତ ମେଥମେଟିକ୍ସ୍ ସ୍କୋଲାରସିପ ଟେଷ୍ଟ ୨୦୨୨ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଦୁଇ ଛାତ୍ର ଛାତ୍ରୀ।

 


ନୀଳଗିରି ୨୭/୦୨/୨୩ :-
ବାଲେଶ୍ଵର ଜିଲ୍ଲା ନୀଳଗିରି ରେ  ସମବାର ସକଳେ ନୀଳଗିରି ସରକାରି ହାଇ ସ୍କୁଲ ରେ ସ୍କୋଲାର୍ଷିପ ପରୀକ୍ଷା ପାଇଁ ସେଣ୍ଟର୍ ପଡ଼ିଥିଲା ଏବଂ ମାଟିଆଳି ନୋଡାଲ ହାଇ ସ୍କୁଲ ରୁ କିଛି ଛାତ୍ର ଛାତ୍ରୀ ଏହି ପଠାଣି ସାମନ୍ତ ମେଥମେଟିକ୍ସ ସ୍କୋଲାର୍ଷିପ ପରୀକ୍ଷା ଦେବା ପାଇଁ ଆସିଥିଲେ କିନ୍ତୁ ଏହି ଛାତ୍ର ଛାତ୍ରୀ ଙ୍କ ସ୍କୁଲ୍ ପକ୍ଷରୁ ମିଳିଥିବା ପରୀକ୍ଷା ପ୍ରବେଶ ପତ୍ର ଗୁଡ଼ିକ ଷ୍ଟେଜ ୧ ପରିବର୍ତ୍ତେ ଷ୍ଟେଜ ୨ମୁଦ୍ରଣ ହେଇ ଥିବା ଯୋଗୁଁ ପରୀକ୍ଷା ହଲ କୁ ପ୍ରବେଶ ଅନୁମତି ମିଳିନଥିଲା ଫଳରେ ମାଟିଆଳି ସ୍କୁଲ୍ ର ଛାତ୍ର ସତ୍ୟଜିତ ବେହେରା ଏବଂ ଛାତ୍ରୀ ଦିବ୍ୟଜ୍ୟୋତି ସିଂ ଏହି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।

ତେବେ ମାଟିଆଳି ନୋଡାଲ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ମାନସ କୁମାର ପାଣିଗ୍ରାହୀ ଙ୍କ ଭୁଲ୍ ତ୍ରୁଟି ଯୋଗୁଁ ଏହିଭୋଳି ଘଟଣା ହୋଇଛି ବଲି ଛାତ୍ର ଛାତ୍ରୀ ଙ୍କ ଅଭିଭାବକ କହିଛନ୍ତି। ଯଦି ଶିକ୍ଷା ବିଭାଗର ଛାତ୍ର ଛାତ୍ରୀ ଙ୍କ ବୁଦ୍ଧି ର ବିକାସ ପାଇଁ ବିଭିନ୍ନ ପରୀକ୍ଷା କରାଯାଇଛି ହେଲେ ସାମାନ୍ୟ ଭୁଲ୍ ପାଇଁ କେତେ କଷ୍ଟ କରି ପାଠ ପଢିଥିବା ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେବାରୁ ବଞ୍ଚିତ ହଉଛନ୍ତି।


ଏହି ବିଷୟ ପ୍ରତି ଧ୍ୟାନ ଦେଈ ଉକ୍ତ ଛାତ୍ର ଛାତ୍ରୀ ଙ୍କୁ ସମସ୍ୟା ର ସମାଧାନ ତୁରନ୍ତ କରିବାକୁ ଅଭିଭାବକ ଦାବୀ କରିଛନ୍ତି।



Post a Comment

Previous Post Next Post
Header ADS