Header ADS

ମାର୍ଚ୍ଚ ୧୫ତାରିଖ ରେ ଷ୍ଟେରୀଙ୍ଗ ଛାଡ଼ ଆନ୍ଦୋଳନ ସଫଳ ହେବ/ସଜନାଗଡ ପଞ୍ଚାୟତ ଡ୍ରାଇଭର ମହାସଂଘ


ନୀଳଗିରି ୧୯/୦୨/୨୩ :-
ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଆଜି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ସଜନାଗଡ ପଞ୍ଚାୟତ ରେ ସଭାପତି ଚନ୍ଦ୍ରକାନ୍ତ ବିଶ୍ବାଳ ଏବଂ ଲକ୍ଷ୍ମୀଧର ମହାଳିକ ଙ୍କ ତତ୍ତ୍ଵବଧାନ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସାଧାରଣ ସଭା ରେ ଆଗାମୀ ମାର୍ଚ୍ଚ ୧୫ ତାରିଖ ରେ ଓଡିଶା ଡ୍ରାଇଭର ମହାସଂଘ ଦେଇଥିବା ଷ୍ଟେରୀଙ୍ଗ ଛାଡ଼ ଆନ୍ଦୋଳନ କିପରି ସଫଳ ହେବ ଏବଂ ଡ୍ରାଇଭର ମାନଙ୍କ ନିଜର ନ୍ୟାର୍ଯ୍ୟ ଦାବି କିପରି ସରକାର ମାନିବେ ସେ ବିଷୟରେ ଆଲୋଚନା ହୋଇଥିଲା।


ଏହି ସଭାରେ ବାଲେଶ୍ଵର ଜିଲ୍ଲା ଉପସଭାପତି ଚନ୍ଦନ ଭଟାଚାର୍ଯ୍ୟ, ଜିଲ୍ଲା ସଂପାଦକ ହରିହର ଘଡେଇ, ସହ ସମ୍ପାଦକ ରାଜେନ୍ଦ୍ର ନାଥ ସାହୁ, ଔପଦା ବ୍ଲକ ସଭାପତି ମୃତ୍ୟୁଞ୍ଜୟ ବେହେରା, ନୀଳଗିରି ବ୍ଲକ୍ ସଭାପତି ଗଗନ ବିହାରୀ ଦାସ୍, ଯୋଗେଶ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଥିବା ଡ୍ରାଇଭର ଙ୍କୁ ଓଡିଶା ଡ୍ରାଇଭର ମହାସଂଘ ର ନୀତି ନିୟମ ଏବଂ ସରକାର ଙ୍କ ଠାରୁ ନିଜର ନ୍ୟାର୍ଯ୍ୟ ଦାବି କିପରି ପୁରଣ ହେବ ସେ ବିଷୟରେ ଆଲୋଚନା କରିଥିଲେ।


ଏହି ସଭାରେ ସଜନାଗଡ ପଞ୍ଚାୟତ ସଭାପତି ଚନ୍ଦ୍ରକାନ୍ତ ବିଶ୍ବାଳ ଏବଂ ଲକ୍ଷ୍ମୀଧର ମହାଳିକ ଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS