Header ADS

ମାର୍ଚ୍ଚ ୧୫ ଦେଖିବ ସାରା ଓଡ଼ିଶା


ନୀଳଗିରି ୧୧/୦୨/୨୩ :-
ଡ୍ରାଇଭର ମାନଙ୍କର ସମାଜର ନିଜର ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ମାର୍ଚ୍ଚ ୧୫ ତାରିଖରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦଳନ ପାଇଁ ସଜବାଜ ହେଉଛନ୍ତି।

ଏହି ଡ୍ରାଇଭର ମାନଙ୍କୁ ନେଇ ଏକ ବିଶାଳ ସଙ୍ଘ ଗଠିତ ହୋଇଛି ସେ ହେଉଛି ଓଡିଶା ଡ୍ରାଇଭର ମହାସଂଘ  ଆଉ ଏହି ଓଡିଶା ଡ୍ରାଇଭର ମହାସଂଘ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଜାମୁଡିଆ ପଞ୍ଚାୟତ ଡ୍ରାଇଭର ମହାସଂଘ ତରଫରୁ ଆଜି ଏକ ଷ୍ଟେରୀଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ଜାମୁଡ଼ିଆ ପଞ୍ଚାୟତ ସଭାପତି ମାନସ ରଂଜନ ଶତପଥୀ ଙ୍କ ତତ୍ତ୍ଵବଧାନ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।


ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୀଳଗିରି ଡ୍ରାଇଭର ମହାସଂଘ ସଭାପତି ଗଗନ ବିହାରୀ ଦାସ୍,ବଦ୍ରିନାରାୟଣ ମଲ୍ଲିକ ଏବଂ ଯୋଗେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ରହି ଡ୍ରାଇଭର ମାନଙ୍କୁ ଆଗମୀ ଦିନରେ ତାଙ୍କର ହକ କେମିତି ମିଳିବ ଏବଂ ରାଜ୍ୟ ସରକାର ଙ୍କ ଠାରୁ କେମିତି ନିଜର ନ୍ୟାର୍ଯ୍ୟ ଦାବି ପାଇପାରିବେ ସେ ନେଇ ଆଲୋଚନା କରିବା ସହ ଆଗମୀ ମାର୍ଚ୍ଚ ୧୫ ତାରିଖରେ କେମିତି ଶାନ୍ତି ଶୃଙ୍ଖଳାର ସହ ଷ୍ଟେରୀଙ୍ଗ ଛାଡ଼ ଆନ୍ଦଳନ କରାଯିବ ସେନେଇ ଆଲୋଚନା ମଧ୍ୟ ହୋଇଥଲା।


ଏହି ସାଧାରଣ ସଭା ରେ ଜାମୁଡିଆ ପଞ୍ଚାୟତ ଡ୍ରାଇଭର ମହାସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।



Post a Comment

Previous Post Next Post
Header ADS