Header ADS

ସାଇ ଇଶ୍ୱରି ହିଲ ଭିଉ ଠାରେ ବିକାଶ ସାଥୀ ସଂସ୍ଥା ପକ୍ଷରୁ ଦୁଇଦିନିଆ wildlife management କର୍ମଶାଳା ଅନୁଷ୍ଠିତ


ନୀଳଗିରି/07/01/23 (ଓଡିଶା ଆଦର୍ଶ ଲାଇଭ) :- ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ପଞ୍ଚଲିଙ୍ଗେଶ୍ଵର ପାଦଦେଶରେ ଥିବା ସାଇ ଇଶ୍ଵରି ହିଲ ଭିଉ ଠାରେ ବିକାଶ ସାଥୀ ସଂସ୍ଥା ର ସଭାପତି ମନୋରଞ୍ଜନ ଦାସ ଙ୍କ ତତ୍ୱବୋଧାନ ରେ  ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ଆସିଥିବା ପ୍ରଫେସର, ଡକ୍ଟର ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଦୁଇଦିନିଆ କର୍ମଶାଳା ସଭା  ର ଆୟୋଜନ ହୋଇଯାଇଛି।
ଏହି କର୍ମଶାଳାରେ ବିକାଶ ସାଥୀ ସଂସ୍ଥା ର ସଭାପତି ମନୋରଞ୍ଜନ ଦାସ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଜଙ୍ଗଲ ରେ ଥିବା ପଶୁ, ପକ୍ଷୀ ଓ ସାପ ମାନଙ୍କର ଗତିବିଧି, ବାସ୍ନା ଏବଂ ଚିହ୍ନଟ ସମ୍ବନ୍ଧରେ ଆଲଚନା କରିଥିଲେ।
ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଫକିର ମୋହନ ବିଶ୍ଵବିଦ୍ୟାଳୟ ର ରେଜିଷ୍ଟର କୁକୁମିନା ଦାସ୍, ମୁଖ୍ୟ ବକ୍ତା ଭାବେ ଓଡିଶା biodiversity bord ର scientist ଡାକ୍ତର ସତ୍ୟରଞ୍ଜନ ବେହେରା ଓ ଫକିର ମୋହନ ବିଶ୍ଵିଦ୍ୟାଳୟ ର zoology ବିଭାଗର ମନୋରଞ୍ଜନ ମିଶ୍ର,ସମ୍ମାନିତ ଅତିଥି ଭାବେ କୁଳଡ଼ିହା ବନଖଣ୍ଡ ଅଧିକାରୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଓଡିଶା ର ବିଭିନ୍ନ ବିଶ୍ଵବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ବିକାଶ ସାଥୀ ସଂସ୍ଥା ର ସଭାପତି ମନୋରଞ୍ଜନ ଦାସ ଙ୍କ ସହିତ ଜଙ୍ଗଲ କୁ ଯାଇ ପଶୁ, ପକ୍ଷୀ ଏବଂ ସାପ ମାନଙ୍କର ଗତିବିଧି ଉପରେ ପରୀକ୍ଷା ନିରୀକ୍ଷା କରିଥିଲେ। ତେବେ ଯୁବପିଢି ଙ୍କୁ ଜଙ୍ଗଲ ଜନ୍ତୁ ଙ୍କ ଚିହ୍ନଟ ଏବଂ ସୁରକ୍ଷା ଦିଗରେ ବିକାଶ ସାଥୀ ସଂସ୍ଥା ଏକ ମୁଖ୍ୟ ମାଧ୍ୟମ ବୋଲି କହିଛନ୍ତି ଅଞ୍ଚାଳବାସି।




Post a Comment

Previous Post Next Post
Header ADS