ଭୁବନେଶ୍ୱର / ୦୭/୦୧/୨୩ :- ଆଜି ଭୁବନେଶ୍ୱର ଓ ରାଉରକେଲାବାସୀଙ୍କ ପାଇଁ ଐତିହାସିକ ଦିନ । ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା ଭୁବନେଶ୍ୱରରୁ ରାଉରକେଲା ବିମାନ ଚଳାଚଳ ପାଇଁ । ଆଜି ରାଉରକେଲାବାସୀଙ୍କ ସ୍ୱପ୍ନ ପୁରା ହୋଇଛି।
ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଉଦ୍ଘାଟନ କରିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ବୋଲି କହିଛନ୍ତି ।
ତା ସହ ଏଲାଏନ୍ସ ଏୟାରକୁ ବହୁତ ବହୁତ ଧନ୍ୟବାଦ। ତା ସହିତ ବେସାମରିକ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ । ସେହିପରି ଦଳର ସାଂସଦ ଜୁଏଲ ଓରାମ ଦୀର୍ଘ ଦିନରୁ ଏନେଇ ଦାବି କରି ଆସୁଥିଲେ । ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ।
Post a Comment