Header ADS

ରତ୍ନାକର ଟାଉନ ହାଇସ୍କୁଲ ରେ 5T ପ୍ରକଳ୍ପ ପରିଚାଳନା କମିଟି ର ଚତୁର୍ଥ ସଭା ଅନୁଷ୍ଠିତ

 


ନୀଳଗିରି/୦୬/୦୧/୨୩ (ଓଡିଶା ଆଦର୍ଶ ଲାଇଭ) :- ବାଲେଶ୍ଵର ଜିଲ୍ଲା ନୀଳଗିରି ବାଲିଗୋହିରି ରତ୍ନାକର ଟାଉନ ହାଇସ୍କୁଲ ପ୍ରାଙ୍ଗଣରେ ଶୁକ୍ରବାର ପୂର୍ବାହ୍ନ ୧୧.ଟା ସମୟରେ 5T ବିଦ୍ୟାଳୟ  ରୂପାନ୍ତିକରଣ ପାଇଁ ଗଠିତ 5T ପ୍ରକଳ୍ପ ପରିଚାଳନା ସମିତିର ଚତୁର୍ଥ ସଭା ବିଦ୍ୟାଳୟ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଉକ୍ତ ସମିତିର ସଭାପତି ଵିନୋଦ ବିହାରି ପଣ୍ଡା ପୌରହିତ କରିଥିଲେ।


ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ବାଲେଶ୍ଵର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ 5T ହାଇସ୍କୁଲ ରୂପାନ୍ତରିକରଣ ରେ ସ୍ଥାନିତ ୧୮୫ ଗୋଟି ବିଦ୍ୟାଳୟ ମଧ୍ୟରୁ ଏହା ଏକ ମାତ୍ର ବିଦ୍ୟାଳୟ।


ତେବେ ଉକ୍ତ ସଭାରେ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଅମ୍ବିକା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଡୁ, ଉପାଦକ୍ଷା ମହେନ୍ଦ୍ର ନାଥ ବେହେରା, କନିଷ୍ଠ ଯନ୍ତ୍ରୀ ବୁଧିରାମ ସିଂ, ନୀଳଗିରି ନିର୍ବାଚନ ମଣ୍ଡଳୀର ଅନୁସୂଚୀତ ଜନ ଜାତି ସଭାପତି ଶରତ କୁମାର ଦାସ , କାଉନସିଲର କମଳା ମଣି ପରିଡା ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ଓ ଆଲମୁନି  କମିଟିର ସଦସ୍ୟ ସଦସ୍ୟା ଉପସ୍ଥିତ ରହି ବିଦ୍ୟାଳୟର ଆବଶ୍ୟକତା ଗୁଡିକ ସଂପର୍କରେ ଆଲୋଚନା କରିଥିଲେ।


ଆଲମୁନି ସମିତିର ସଭାପତି ସତ୍ୟଗୋପାଳ ମହାପାତ୍ର ସମ୍ପାଦକ ସତ୍ୟନାରାୟଣ ମହାପାତ୍ର , ସଦସ୍ୟ ସଞ୍ଜୟ ପ୍ରଧାନ, ଗଣେଶ୍ୱର ନାୟକ, ରୂପକ ବାରିକ୍, ପରିଚାଳନା ସମିତି ର ସଦସ୍ୟା ମିନତୀ ଉପାଧ୍ୟାୟ ଉପସ୍ଥିତ ଥିବା ଅତିଥି ମାନଙ୍କୁ ନବବର୍ଷ ରେ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।


ତେବେ ବିଦ୍ୟାଳୟ ପରିସର ରେ 5T ପ୍ରକଳ୍ପ ସହିତ ବିଦ୍ୟାଳୟ ନିକଟସ୍ଥ ପୁଷ୍କରଣୀ ର ସୁରକ୍ଷା କାନ୍ଥ ନିର୍ମାଣ କରାଯାଉଥିବାରୁ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଅମ୍ବିକା ଦାସ ଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ବିଦ୍ୟାଳୟ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।


Post a Comment

Previous Post Next Post
Header ADS