ନୀଳଗିରି/ ୦୬/୦୧/୨୩ (ଓଡିଶା ଆଦର୍ଶ ଲାଇଭ) :- ପୁରୁଷ ହକି ବିଶ୍ବକପ ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ନୀଳଗିରି ପଞ୍ଚୀୟତ ସମିତି ପକ୍ଷରୁ ଥାନା ପଡିଆରେ ବିଭିନ୍ନ ବନ୍ଧୁତ ପୂର୍ଣ୍ଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି ଖେଳ ମଧ୍ୟରୁ କ୍ରିକେଟ ପ୍ରତିଯୋଗିତାରେ ତିନୋଟି ଦଳ ଭାଗନେଇଥିଲେ, ସାମ୍ବାଦିକ ଏକାଦଶ , ପ୍ରସାଶନିକ ଏକାଦଶ ଓ ପି ଆର ଆଈ ଏକାଦଶ। ସାମ୍ବାଦିକ ଏକାଦଶର ଅଧିନାୟକ ସୁକାନ୍ତ ଦାସଙ୍କ ଲଢୁଆ ଅଲରାଉଣ୍ଡ ପ୍ରଦର୍ଶନ ରେ ପିଆରଆଈ ଏକାଦଶକୁ ହରାଇ ନୀଳଗିରି ସାମ୍ବାଦିକ ଏକାଦଶ ଚମ୍ପିୟାନ ହୋଇଛି।
ପ୍ରଥମେ ଟସ୍ ଜିତି ପ୍ରଶାସନିକ ଏକାଦଶ ବ୍ୟାଟିଂ କରି ଥିବା ବେଳେ ୬୦ରନ କରି ସାମ୍ବାଦିକ ଏକାଦଶ ବିଜୟୀ ହୋଇଥିଲା ଏବଂ ସେକେଣ୍ଡ ରାଉଣ୍ଡ ରେ ପି ଆର ଆଇ ଏକାଦଶ ସହିତ ସାମ୍ବାଦିକ ଏକାଦଶ ଟିମ୍ ପଡିଆକୁ ପ୍ରବେଶ କରିଥିଲେ ଏବଂ ୫ ଓଭର ରେ ୪୯ ରନ୍ କରି ବିଜୟୀ ହୋଇଥିଲା ସାମ୍ବାଦିକ ଏକାଦଶ ଟିମ୍।ତେବେ ଏହି ବନ୍ଧୁତ୍ୱ ଖେଳ ରେ ଉଭୟ ଦଳ ମଧ୍ୟରେ ବେଶ ଖୁସି ଥିବା ଦେଖିବାକୁ ମିଳିଛି।
ଏବଂ ଶେଷରେ ପୁରଷ୍କୃତ ସଭାରେ ବ୍ଲକ ଉନ୍ନୟନ ଅଧିକାରୀ ରାହୁଲ ମଣ୍ଡଲ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ,ବ୍ଲକ ଉପ ଅଧ୍ୟକ୍ଷ ଜ୍ୟୋର୍ତିମୟୀ ପୁଥାଳ,ଏଏଇ ଶ୍ବୈତାଂଶୁ ଶେଖର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।ଡବ୍ଲୁଓ ଶୈଳେନ୍ଦ୍ର ଶତପଥୀ ସଭା ପରିଚାଳନା କରିଥିବା ବେଳେ ନୀଳଗିରି ଅଞ୍ଚଳର ସମସ୍ତ ସାମ୍ବାଦିକ , ବ୍ଲକର ସମସ୍ତ ସଦସ୍ୟ, ନୀଳଗିରି ବ୍ଲକ ସମସ୍ତ ପିଆରଆଈ ସଦସ୍ୟ ଉପସ୍ଥିତ ଥିଲେ।
Post a Comment