Header ADS

ମହୁମାଛି ଆକ୍ରମଣରେ ୬ ଗୁରୁତର, ଜଣେ ଆହତ

 


ନୀଳଗିରି/ ୦୬/୦୧/୨୩ (ଓଡିଶା ଆଦର୍ଶ ଲାଇଭ)  :- ବାଘୁଆ ମହୁମାଛି ଆକ୍ରମଣରେ ୬ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି। ଆହତମାନଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିତ୍ରପୁର ନୀଳଗିରି ରାସ୍ତା ଧୋବଶିଳା ଅପରାହ୍ନ ୨ଟା ୩୦ ସମୟରେ ବାଘୁଆ ମାଛି ହଠାତ ବସାରୁ ଉଡି ବୁଲୁଥିଲେ। ସେହି ରାସ୍ତାଦେଇ ମିତ୍ରପୁର କଲେଜରୁ ଫେରୁଥିବା ସାଆନ୍ତା ଅଞ୍ଚଳର ମୋନାଲିସା ନାମକ ଛାତ୍ରୀ ଏବଂ ପରେ ମ୍ବୁଡିହା ଅଞ୍ଚଳର ମାନସ କୁମାର ମଲ୍ଲିକ ନାମକ ଯୁବକଙ୍କୁ କାମୁଡି ଥିଲା।

ଉଭୟ ଭୟରେ ଗଡି ବୁଲୁଥିବା ବେଳେ ମହୁମାଛି ବିମୁରିଆ ଅଞ୍ଚଳର ଚିନ୍ମୟ ଧଳ. ଧୋବଶିଳା ଅଞ୍ଚଳର ମନିନ୍ଦ୍ର ରାଉତ,ସୋମନାଥ ମହାନ୍ତି,ଲକ୍ଷ୍ମଣ ମଲ୍ଲିକଙ୍କୁ କାମୁଡିଥିଲେ। ସମସ୍ତେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଲକ୍ଷ୍ମଣ ସିଂଙ୍କୁ ଛାଡିଦେଲେ ସମସ୍ତେ ଗୁରୁତର ହୋଇଛନ୍ତି। ସୋମନାଥ ମହାନ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।


Post a Comment

Previous Post Next Post
Header ADS