ନୀଳଗିରି / ୦୮/୦୧/୨୩ (ଓଡିଶା ଆଦର୍ଶ ଲାଇଭ) :-ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ତେନ୍ତୁଳିଆ ପଞ୍ଚାୟତ ଅଧୀନ ନୂଆସାହିରେ ଶନିବାର ସନ୍ଧ୍ୟାରେ ଚୁଲିରୁ ନିଆଁ ଉଠି ଭୟାବହ ଅଗ୍ନିକାଣ୍ଡ ଘଟିଛି।
ଗାଁ ର ହୁଗୁଡ଼ା ମାଝୀଙ୍କ ପାରିବାର ରେ ୫ ଜଣ ସଦସ୍ୟ ଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଦେଖି ପାରିବାର ଲୋକେ ବାହାରକୁ ଦୌଡ଼ିଥିଲେ। ନିଆଁ ର ପ୍ରକପ ଏତେ ଥିଲା ଯେ ଚାହୁଁ ଚାହୁଁ ୨ବଖରା ଘର ସମେତ ସମସ୍ତ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି। ନୀଳଗିରି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
إرسال تعليق