ନୀଳଗିରି,୦୯/୦୧/୨୩ :- ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ବରହମପୁର ଠାରେ ନୀଳଗିରି ବିଜୁ ଜନତା ଦଳ 25ବର୍ଷ ପୂର୍ତ୍ତି ଅବସରରେ 26ତମ ପ୍ରତିଷ୍ଠା ଦିବସ ବହୁ ଆଡ଼ମ୍ବର ରେ ନୀଳଗିରି ବିଜେଡି ବିଧାୟକ ପାର୍ଥୀ ସନ୍ତୋଷ ଖଟୁଆ ଙ୍କ ନେତୃତ୍ୱରେ ପାଳନ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ବିଜେଡି ସଭାପତି ଇଂ ରବୀନ୍ଦ୍ର କୁମାର ଜେନା ଯୋଗଦାନ ଦେଇଥିଲେ। 1997ମସିହା ଠୁଁ ଏକ ଆଞ୍ଚଳିକ ଦଳ ରୂପେ ଗଠନ ହୋଇ ଓଡିଶା କୁ ଏକ ସମୃଦ୍ଧି ରାଜ୍ୟ କରି ପାରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ସୁଶାସନ, ନିର୍ମଳ ଭାବ ମୃତ୍ତି, ବିକାଶ ମୂଳ କାର୍ଯ୍ୟ ପାଇଁ ଆଜି ଓଡିଶା ସମଗ୍ର ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟରେ ପରିଗଣିତ ହୋଇ ପାରିଛି ।
ଏହି ପ୍ରତିଷ୍ଠା ଦିବସରେ ନୀଳଗିରି ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଭଲକ୍ଷ୍ମି ମାଝୀ, ଉପାଦକ୍ଷ ଜ୍ୟୋତିର୍ମୟ ପୁଥାଳ, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଅମ୍ବିକା ଦାସ, ଉପାଦକ୍ଷ ମହେନ୍ଦ୍ର ନାଥ ବେହେରା, ନୀଳଗିରି ନିର୍ବାଚନ ମଣ୍ଡଳୀ ର ଅନୁସୂଚୀତ ଜନ ଜାତି ସଭାପତି ଶରତ କୁମାର ଦାସ,୧୩ ନମ୍ବର ଜନ୍ ଜିଲ୍ଲା ପରିଷଦ ଗତିକୃଷ୍ଣ ନନ୍ଦ, ୧୧ନମ୍ବର ଜନ୍ ଜିଲ୍ଲା ପରିଷଦ ସୁବର୍ଣ୍ଣ ମଞ୍ଜରୀ ସିଂ, ୧୨ ନମ୍ୱର ଜନ୍ ଜିଲ୍ଲା ପରିଷଦ ରଞ୍ଜିତା ସିଂ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ତାପସ କୁମାର ପରିଡ଼ା , ଙ୍କ ସମେତ ବାଲେଶ୍ଵର ଜିଲ୍ଲା ରୁ ବହୁ ବିଜେଡ଼ି ନେତା ଓ କର୍ମୀ ଉପସ୍ଥିତ ରହି ବିଜେଡ଼ି ର କାର୍ଯ୍ଯ ଏବଂ ଚିନ୍ତାଧାରା ବିଷୟରେ ଆଲୋଚନା କରିଥିଲେ।
ତେବେ ନୀଳଗିରି ବିଧାୟକ ପାର୍ଥୀ ସନ୍ତୋଷ ଖଟୁଆ ଙ୍କ ନେତୃତ୍ଵ ରେ ଏହି ରଜତ ଜୟନ୍ତି ପାଳନ କୁ ବିଜେଡ଼ି ଦଳ ପକ୍ଷରୁ ସନ୍ତୋଷ ଖଟୁଆ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବ୍ଲକ ଛାତ୍ର ସଭାପତି ଫ୍ରାନ୍ସସିସି ବେକନ ସ, ବରିଷ୍ଠ ନେତୃ ମଣ୍ଡଳ ରବୀନ୍ଦ୍ର ପରିଡାଙ୍କ ଶହ ବହୁ ମହିଳା ନେତ୍ରୀ, ଯୁବ ଗୋଷ୍ଠୀ, ପୁରୁଖା ନେତା ମାନେ ଉପସ୍ଥିତ ରହି, 26ତମ ପ୍ରତିଷ୍ଠା ଦିବସ କୁ ଦଳୀୟ ସଂଗୀତର ତାଳେ ତାଳେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ବେଶ ମନରଞ୍ଜନ ସହ ବିଜୁ ପରିବାର ର 7000 ରୁ ଉର୍ଦ୍ଧ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଉତ୍ସାହ ସହକାରେ ପାଳନ କରିଥିଲେ।
Post a Comment