Header ADS

ନିଶାମୁକ୍ତ ସମାଜ ଗଠନ ଅଭିଯାନ


ଜଳେଶ୍ଵର - ୨୩/୦୧/ ୨୦୨୩  :- ରିଖ ସୋମବାର ଜଳେଶ୍ୱରସ୍ଥିତ ଗୋପିମୋହନପୁର ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ଅବସରରେ ବିଶ୍ଵାସ ସାମାଜିକ ସଂଗଠନ ଆନୁକୁଲ୍ୟରେ ନିଶାମୁକ୍ତ ଅଭିଯାନ "ନିଶାକୁ ନା" ମା’ କୁ ସମ୍ମାନ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 
ଏହି ଅଭିଯାନରେ ଛଅ ଶହରୁ ସାତ ଶହ ଯୁବକ ଯୁବତୀ ଏବଂ ମା’ ମାନେ ଯୋଡ଼ି ହେବାସହ ନିଶା ମୁକ୍ତ ସମାଜ ଗଠନ କରିବାର ସଂକଳ୍ପ ବଦ୍ଧ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ସରପଞ୍ଚ ସାଗର ବଳ ଜେନା, ମୁଖ୍ୟ ବକ୍ତା ଏମ.ସି ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ ଯୋଗଦେବା ସହ ତାଙ୍କ ବକ୍ତବ୍ୟରେ ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଇଥିଲେ ।

ଏଭଳି କାର୍ଯ୍ୟକ୍ରମ ପାଇଁ ବିଶ୍ବାସର ସାଧାରଣ ସମ୍ପାଦକ ଶ୍ରୀ ସଂଗ୍ରାମ କେଶରୀ ପରିଡ଼ାଙ୍କୁ ସ୍ଵାଗତ ଜଣାଇଛନ୍ତି। ବିଶ୍ଵାସର ସଦସ୍ୟ ଶ୍ରୀ ଖଗେନ୍ଦ୍ର କୁମାର ନାୟକ, ସଚିଦାନନ୍ଦ ଦାସ,ସୁଧାଂଶୁ ଜେନା,ଚନ୍ଦନ କୁମାର ସାହୁ,ଜ୍ୟୋତିପ୍ରକାଶ ଦେ, ରାଜେଶ ନାୟକ, ଭାଗୀରଥ ଦଳାଇ,ସୁମିତ୍ରା ପରିଡା,ବୁଦ୍ଧିରାମ ମୁଣ୍ଡା ,ସରୋଜ ବ୍ରହ୍ମ ସହ ଗୋପିମୋହନପୁରର ଏମ.ବି.କେ ରଶ୍ମିତା ଦେ,ପଦ୍ମିନୀ ହୁଇ,ଗୋବିନ୍ଦ ପ୍ରମାଣିକ,ଚିନ୍ମୟ ପ୍ରମାଣିକ, ଆନନ୍ଦ ହୁଇ,ଭାଗବତ ଜେନା,ଭାଗବତ ଦାସ ,ଦୁର୍ଗାଶଙ୍କର ନାୟକ ଆଦି ଏହି କାର୍ଯ୍ୟକ୍ରମକୁ ଅତି ସୂଚାରୁରୂପେ ସଞ୍ଚାଳନ କରିଥିଲେ। 

 ଏଇଭଳି କାର୍ଯ୍ୟକ୍ରମ ପାଇଁ ବିଶ୍ଵାସର ସାଧାରଣ ସମ୍ପାଦକ ଶ୍ରୀ ସଂଗ୍ରାମ କେଶରୀ ପରିଡ଼ାଙ୍କୁ ବରିଷ୍ଠ ନାଗରିକ ମଞ୍ଚ, ବହୁ ସାମ୍ୱାଦିକ ବନ୍ଧୁ, ବିଶିଷ୍ଟ ସାହିତ୍ୟିକ, କବି ଏବଂ ଜଳେଶ୍ୱରର ବିଭିନ୍ନ ମହଲର ବୁଦ୍ଧିଜୀବିମାନେ ସ୍ବାଗତ କରିଛନ୍ତି ।

Post a Comment

Previous Post Next Post
Header ADS