Header ADS

ସୋର ରେ ଲଜ୍ୟା, ଦୁଇ ନାବାଳିକା ଛାତ୍ରୀ ଙ୍କୁ ଦୁଷ୍କର୍ମ ଅଭିଯୋଗ


ବାଲେଶ୍ଵର - ୨୨/୦୧/୨୩ :- ସୋର ଅଞ୍ଚଳରୁ  ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ଯିବା ବାଟରୁ ଉଠାଇ ନେଇ ଦୁଇ ଦିନ ଧରି ଲଜ ରେ ରଖି ଦୁଷ୍କର୍ମ କଲେ ଦୁଇ ଯୁବକ। ସୂଚନା ଅନୁଯାୟୀ  ମଙ୍ଗଳବାର ଦିନ ସ୍କୁଲ ଯିବା ବାଟରେ ବୋଲେରୁ ରେ ନେଇଗଲେ ଯୁବକ, ପରିବାର ଲୋକ ଖୋଜା ଖୋଜି କରି ଥାନା ରେ ଅଭିଯୋଗ କରି ଥିବା ବେଳେ ଦୁଇଦିନ ପରେ ଦୁଇ ନାବାଳିକା ଘରକୁ ଫେରି ପରିବାର ପାଖରେ ସବୁ ଘାଟଣା କହିବା ପରେ ସୋର ଥାନା ରେ ଦ୍ଵାରସ୍ତ ହୋଇଛନ୍ତି ପୀଡିତା ଦୁଇଜଣ ଏବଂ ତାଙ୍କ ପରିବାର ଲୋକେ

 ନିଶା ଦେଇ ବାରମ୍ବାର ଦୁଇ ନାବାଳିକା ଛାତ୍ରୀ ଙ୍କୁ ଦୁଷ୍କର୍ମ କରାଯାଇଥିବା ପୀଡିତା ଙ୍କ ମା ପ୍ରତିକ୍ରିୟା ରଖିଛନ୍ତି । ଏନେଇ ସୋର ଅଞ୍ଚଳ ବାସୀ ନିନ୍ଦା କରିଛନ୍ତି, ଏପରି ଘାଟଣା ଘଟାଇଥିବା ବ୍ୟକ୍ତିକୁ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।

 ବର୍ତ୍ତମାନ ସୁଧା ପୋଲିସ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନଥିବା ବେଳେ ସୋର ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବିଶ୍ୱସ୍ତ ସୂତ୍ର ରୁ ଜଣାପଡିଛି।



Post a Comment

Previous Post Next Post
Header ADS