ନୀଳଗିରି - ୧୯/୦୧/୨୩ :-ମାଘ ମାସ ଗୁରୁବାର ପାଇଁ ନୀଳଗିରି ଡାକ୍ତରଖାନା ପାଖ ହନୁମାନ ମନ୍ଦିର କୁ ସବୁଦିନ ପରି ନୀଳଗିରି ନିଜଗଡ ୧ନମ୍ୱର ୱାର୍ଡର ରମେଶ ଚନ୍ଦ୍ର ନାୟକ (୬୫)ଦର୍ଶନ କରିବା ପାଈଁ ଆସିଥିଲେ।
ହେଲେ ବିଧିର ବିଧାନ ଥିଲା କିଛି ଅଲଗା ମହାବୀର ଙ୍କୁ ଦର୍ଶନ କରି ପ୍ରଣାମ କରୁଥିବା ସମୟରେ ପୁର୍ବରୁ ମନ୍ଦିର ପାର୍ଶ୍ବରେ ଛିଡା ହୋଇଥିବା ଓମଫେଡ କମ୍ପାନୀ ର ଗାଡ଼ିଟିକୁ ଡ୍ରାଇଭର ଆଗକୁ ନେଇଥିଲେ ଫଳରେ ରମେଶ ଙ୍କ ବାମ ଗଡ ଉପରେ ଟ୍ରକଟି ମାଡ଼ି ଯାଇଥିଲା।
ରମେଶ ଙ୍କୁ ତୁରନ୍ତ ନୀଳଗିରି ଡାକ୍ତରଖାନା କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ହେଲେ ଅବସ୍ଥା ସଙ୍କଟପନ୍ନ ହେବାରୁ ରମେଶ ଙ୍କୁ ବାଲେଶ୍ଵର ଜ୍ୟୋତି ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଡ଼ାକ୍ତର ରମେଶ ଙ୍କୁ ମୃତ ଘୋଷଣା କରିଥିଲେ।
ରମେଶ ଙ୍କ ମୃତ୍ୟୁ ଘଟଣା ପ୍ରଚାର ହେବା ପରେ ନୀଳଗିରି ଅଞ୍ଚଳରେ ସକର ଛାୟା ଖେଳିଯାଇଛି।
ତେବେ ଦୁର୍ଘଟଣା ଘଟେଇଥିବା ଟ୍ରକ୍ ନାମରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ଘଟଣାସ୍ଥଳ ରେ ନୀଳଗିରି ପୋଲିସ୍ ପହଞ୍ଚି ଶବ ବ୍ୟବଚ୍ଛେଦ କରି କେସ ନମ୍ବର ୧୯/୨୩ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
Post a Comment