ନୀଳଗିରି/୧୭/୦୧/୨୩ :- ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁଣିଗାରେଡ଼ି ସନ୍ଦେହ କରି ସମ୍ପର୍କୀୟ ବଡ଼ଭାଇକୁ ଦୁଇଜଣ ସାନଭାଇ ଜିଭ କାଟି ହତ୍ୟା କରିଛନ୍ତି। ନୀଳଗିରି ବ୍ଲକ୍ ସିଆଡ଼ିମାଳ ପଞ୍ଚାୟତ ଅଧୀନ ବାଙ୍କିଶୋଳ ଗାଁର ଶ୍ୟାମସୁନ୍ଦର ସିଂ ଙ୍କ ସହ ତାଙ୍କ ସମ୍ପର୍କୀୟ ଭାଇ ମୀନକେତନ ଓରଫ ମିନା ସିଂ ଓ ଜନ୍ଦା ସିଂ ବଚସା କରିଥିଲେ । କିଛିମାସ ପୂର୍ବରୁ କୁଆଡ଼େ ମୀନକେତନଙ୍କ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉଭୟ ପରିବାର ଭିତରେ ବିବାଦ ଲାଗି ରହିଥିଲା। ସୋମବାର ମିନା ଓ ଜନ୍ଦା ଦୁଇଜଣ ସାନଭାଇ ଶ୍ୟାମସୁନ୍ଦରଙ୍କ ବେକକୁ ଏକ ବେଲ୍ଟରେ ଖୁଣ୍ଟରେ ବାନ୍ଧି ଦେବା ପରେ ତାଙ୍କ ଜିଭକୁ ପନିକିରେ କାଟି ହତ୍ୟା କରିଛନ୍ତି। ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ଖବରପାଇ ସୋମବାର ରାତିରେ ନୀଳଗିରି ଏସଡିପିଓ ରୀତେଶ ମହାପାତ୍ର, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, ସବଇନ୍ସପେକ୍ଟର ବିରଞ୍ଚି ସାହୁ ଓ ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ୍ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବଡ଼ଭାଇକୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି।
Post a Comment