Header ADS

ଇଂରାଜୀ ନୂଆ ବର୍ଷକୁ ନିଆରା ଢଙ୍ଗରେ ପାଳନ କଲେ ଡାଲଙ୍ଗ ଗ୍ରାମରେ ଗ୍ରାମବାସୀ

 




ଖଇରା/୦୩/୦୧/୨୦୨୩ (ନିହାର ରଞ୍ଜନ ପାଢ଼ୀ) :- ଇଂରାଜୀ ନୂଆ ବର୍ଷକୁ ନିଆରା ଢଙ୍ଗରେ ପାଳନ କଲେ ଡାଲଙ୍ଗ ଗ୍ରାମରେ ଗ୍ରାମବାସୀ ।ନୂତନ ବର୍ଷରେ ଏମିତି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଢିଆ ଡାଲଙ୍ଗ ପଞ୍ଚାୟତ  ଅଧିନସ୍ଥ ଡାଲଙ୍ଗ ଗ୍ରାମରେ। ଇଂରାଜୀ ନୂଆ ବର୍ଷକୁ  ସବୁଠି ଧୁମ୍ ଧାମରେ ସହିତ ପାଳନ କରାଯାଇଥିବା ବେଳେ ଗତ ଦୁଇ ବର୍ଷ ଧରି କୋଭିଡି କଟକଣା ଥିବାରୁ ପାଳନ ହୋଇ ପାରୁ ନଥିଲା ଏଥର କିନ୍ତୁ 4ଦଳ କୁ ନେଇକି ଡାଲଙ୍ଗ  ତୋଷି କାନ୍ତ ପାଢ଼ୀ ଦଳ ,ରଫୋୟତ ପୁର ବିଦ୍ୟାଧର ସାହୁ ଦଳ ,ଜ‍ହ୍ମିଆ ପଦା ମହେଶ୍ୱର ଓଝା  ଦଳ ,ଝାଟିଆ ରବି ପୁଥାଳ ଦଳ,ହେଲେ ସବୁଠି ଆଗରେ ଓ ଚର୍ଚ୍ଚା ରେ ଅଛି ରଫୋୟତ ପୁର ବିଦ୍ୟାଧର ସାହୁ  ଦଳ   ଏ ବର୍ଷ ରେ ଡାଲଙ୍ଗ ଗ୍ରାମରେ ବେଶ୍ ଧୁମ୍ ଧାମରେ ଷୋଡ଼ଶ ପ୍ରହରୀ ନାମ ସଂକୀର୍ତ୍ତନ ହରିନାମ କାର୍ଯ୍ୟ କମ୍ର ର ଆରମ୍ଭ କରାଯାଇଥିଲା

ଷୋଡ଼ଶ ପ୍ରହରୀ ନାମ ସଂକୀର୍ତ୍ତନ ଓ ଗୀତି ନ୍ୟାଟ ବିଭିନ୍ନ ପ୍ରକାରର ସାଜ ସଜା ସାଙ୍ଗ କୁ ଭଳିକି ଭଳି ଲାଇଟ୍ ଏବଂ ବାଦ୍ୟ ଯନ୍ତ୍ର ରେ ଦର୍ଶକ ମାନଙ୍କୁ ଆକର୍ଷିତ କରିଥାଏ । ଦର୍ଶକ ମାନେ ଷୋଡ଼ଶ ପ୍ରହରୀ ନାମ ସଂକୀର୍ତ୍ତନ ଦେଖିବା ପାଇଁ ବହୁତ ଭିଡ଼ ଏବଂ ଗହଳି ଚହଳି ଜମାଇ ଥିଲେ।ଷୋଡ଼ଶ ପ୍ରହରୀ ନାମ ସଂକୀର୍ତ୍ତନ କାର୍ଯ୍ୟ କମ୍ର ଦେଖିବା ପାଇଁ ପ୍ରାୟ 6 ହଜାରରୁ 8 ହଜାର ଦର୍ଶକ ମାନଙ୍କୁ ଦେଖିବାକୁ ମିଳିଥିଲା।ଏଇ ନୂଆ ବର୍ଷ ରେ ଡାଲଙ୍ଗ ଗ୍ରାମ ବାସୀ ଆଜିକୁ 24 ବର୍ଷ ଧରି  ଷୋଡ଼ଶ ପ୍ରହରୀ ନାମ ଯଜ୍ଞ କୁ  ଡାଲଙ୍ଗଗ୍ରାମର ବାସୀ ମାନେ ପାଳନ କରି ଆସୁଛନ୍ତି 


ବାବା ମାଧବାନନ୍ଦ ଜୀଉଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥାଏ।ହଜାର ହଜାର ଲୋକ ହରିନାମରେ ମଞ୍ଚି ଯାଇଥାନ୍ତି।ପ୍ରସାଦ ସେବନ ମଧ୍ୟ ହୋଇଥାଏ ଏହି କାର୍ଯ୍ୟକ୍ରମ 4 ଦିନ ଧରି ଚାଲିଥାଏ ।ସଂପାଦକ ଅଭିମନ୍ୟୁ ପଣ୍ଡା ଏବଂ ଡାଲଙ୍ଗ ଗ୍ରାମର ଗ୍ରାମବାସୀ ଙ୍କ ସହ ମାଧ୍ୟମରେ ଅନୁଷ୍ଠିତ ହୋଇଥାଏ


Post a Comment

أحدث أقدم
Header ADS