Header ADS

ନୀଳଗିରି କଂଗ୍ରେସ ଭବନରେ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ପାଳିତ

 

ନୀଳଗିରି କଂଗ୍ରେସ ଭବନରେ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ପାଳିତ


ନୀଳଗିରି, ୩୧/୧୦(ଓଡ଼ିଶା ଆଦର୍ଶ): ନୀଳଗିରି କଂଗ୍ରେସ ଭବନ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଲୌହ ମାନବୀ ଭାବେ ପରିଚିତ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୪୨ତମ ବଳିଦାନ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବ୍ଲକ୍ କଂଗ୍ରେସ ସଭାପତି ତଥା କଂଗ୍ରେସ ନେତା ତପନ କୁମାର ରାଉତ ସଭାପତିତ୍ୱ କରିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାପତି ଉର୍ମିଳା ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ କଂଗ୍ରେସ ମହିଳା ସାଧାରଣ ସମ୍ପାଦିକା ବାସନ୍ତୀ ସାମଲ ଯୋଗ ଦେଇଥିଲେ।

ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଔପଦା ବ୍ଲକ୍ ସଭାପତି ରାମଚନ୍ଦ୍ର ବେହେରା, ନଗର ସଭାପତି ଉପେନ୍ଦ୍ର ବେହେରା, ବରିଷ୍ଠ କଂଗ୍ରେସ ନେତା ସନାତନ ଜେନା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଯୋଗେଶ୍ୱର ବେହେରା, ଜିଲ୍ଲା କଂଗ୍ରେସ ସମ୍ପାଦକ ରାହାସ ବିହାରୀ ମହାପାତ୍ର, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଅଶ୍ୱିନୀ ପାତ୍ର, ଇନ୍ଦିରା ଗାନ୍ଧୀ ସ୍ମୃତି କମିଟିର ଉପସଭାପତି ଉମେଶ ଧଳ ଏବଂ ଜିଲ୍ଲା କମିଟି ସାଧାରଣ ସମ୍ପାଦକ ପ୍ରଦୀପ ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ।

ଉପସ୍ଥିତ ଅତିଥି ଓ ନେତାମାନେ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ତ୍ୟାଗପୂତ ଜୀବନ, ଦେଶ ପ୍ରତି ତାଙ୍କର ଅବଦାନ ଏବଂ କାର୍ଯ୍ୟଦକ୍ଷତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଇନ୍ଦିରା ଗାନ୍ଧୀ ସ୍ମୃତି କମିଟିର ଅଧ୍ୟକ୍ଷ ଯଶୋଦା ନନ୍ଦନ ସିଂହ ସଭାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ନେତା ରାମଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ଉପସ୍ଥିତ ଅତିଥି, ନେତା ଓ କର୍ମୀମାନେ ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ସର୍ବଧର୍ମ ପ୍ରାର୍ଥନା ସ୍ୱରୂପ ‘ରଘୁପତି ରାଘବ ରାଜା ରାମ’ ଗାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ମାଛୁଆ ଗ୍ରାମ ପଞ୍ଚାୟତ ସଭାପତି କୃଷ୍ଣଚନ୍ଦ୍ର ନାୟକ, କିଷାନ କଂଗ୍ରେସ ସଭାପତି ଚକ୍ରଧର ଦାସ, ୧୨ ନମ୍ବର ଜୋନ୍ ସଭାପତି ପିତାମ୍ବର ମିଶ୍ର, ବ୍ଲକ୍ ଉପସଭାପତି ସୁରେନ୍ଦ୍ର ଦାସ, ବେଗୁନିଆ ଗ୍ରାମ ପଞ୍ଚାୟତର ନେତା ଭାଗିରଥି ବେହେରା, ଆଦର୍ଶ ଗୌରବ ଦାସ, ରଣଜିତ ପ୍ରଧାନ, ଜୟଦୀପ ସ, ଦିବ୍ୟଜ୍ୟୋତି ଆଚାର୍ଯ୍ୟ, ନାରୀନେତ୍ରୀ ସୁଜାତା ସିଂହ ଓ ପିତାମ୍ବର ସିଂହଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Post a Comment

أحدث أقدم
Header ADS