ବାଲେଶ୍ୱରରେ ଗଠିତ ହେଲା ‘ବାଲେଶ୍ୱର ଯୁବ ସାମ୍ବାଦିକ ସଂଘ’
ସାମ୍ବାଦିକଙ୍କ ଏକତା, ସୁରକ୍ଷା ଓ ସ୍ୱାର୍ଥରକ୍ଷାକୁ ଗୁରୁତ୍ୱ; ସଭାପତି ହେଲେ ରଞ୍ଜିତ ଦାସ, ସମ୍ପାଦକ ହ୍ରିତିକ ନାୟକ
ବାଲେଶ୍ୱର,୩୦/୧୦(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲାର ଯୁବ ସାମ୍ବାଦିକମାନଙ୍କୁ ଏକ ମଞ୍ଚରେ ଏକତ୍ରିତ କରିବା ସହ ସାମ୍ବାଦିକଙ୍କ ଏକତା, ସ୍ୱାଭିମାନ, ସୁରକ୍ଷା ଓ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଗଠିତ ହୋଇଛି ‘ବାଲେଶ୍ୱର ଯୁବ ସାମ୍ବାଦିକ ସଂଘ’। ଏହି ସଂଘ ଗଠନ ହେବା ପରେ ବିଭିନ୍ନ ପଦପଦବୀ ପାଇଁ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।ସଂଘର ସଭାପତି ଭାବେ ରଞ୍ଜିତ ଦାସ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ସଞ୍ଜୟ ମହାଳିକ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉପସଭାପତି ଭାବେ ବିଦ୍ୟାଧର ମହାନ୍ତି ଓ ପ୍ରଦୀପ ବେରା ମନୋନୀତ ହୋଇଛନ୍ତି। ସେହିପରି ସମ୍ପାଦକ ଭାବେ ହ୍ରିତିକ ନାୟକ, ସହସମ୍ପାଦକ ଭାବେ ଚନ୍ଦନ ପାଣିଗ୍ରାହୀ ଓ ମହେଶ ମଲିକ ଦାୟିତ୍ୱ ପାଇଛନ୍ତି।ସାଂଗଠନିକ ସମ୍ପାଦକ ଭାବେ ଭାଗବତ ଦାସ ଏବଂ ସହ ସାଂଗଠନିକ ସମ୍ପାଦକ ଭାବେ ହରିଶଙ୍କର ଜେନା ଓ ଧର୍ମେନ୍ଦ୍ର ମହାକୁଡ ମନୋନୀତ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ କଞ୍ଜମଣୀ ସ୍ୱାଇଁ, ମିଡିଆ ସଂଯୋଜକ ଭାବେ ବୁଦ୍ଧେଶ୍ୱର ମଲ୍ଲିକ ଓ ସଞ୍ଜିତ୍ ଘୋଷ ଦାୟିତ୍ୱ ନେଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ସରୋଜ କୁମାର ଜେନା ମନୋନୀତ ହୋଇଛନ୍ତି।ନୂତନ ଭାବେ ଗଠିତ ଏହି ସଂଘ ସାମ୍ବାଦିକମାନଙ୍କ ମଧ୍ୟରେ ଭାଇଚାରା ଓ ସହଯୋଗର ମନୋଭାବକୁ ସୁଦୃଢ଼ କରିବା ସହ ସାମ୍ବାଦିକତା କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ଚ୍ୟାଲେଞ୍ଜର ସମାଧାନ ଦିଗରେ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛି। ସମାଜର ସ୍ୱାର୍ଥ ଓ ଜନସାଧାରଣଙ୍କ ସ୍ୱରକୁ ନିର୍ଭୀକ ଭାବେ ଉପସ୍ଥାପନ କରିବା ସହ ଦାୟିତ୍ୱବାନ ସାମ୍ବାଦିକତାକୁ ଆଗେଇ ନେବାରେ ଏହି ସଂଘ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି।




إرسال تعليق