ଗଞ୍ଜେଇ ଚାଷ ପାଇଁ ଡିଏପି ସାର୍ ।୩୫ ଟନ୍ ସାର ଜବତ ଗୋଦାମ ସିଲ୍
କନ୍ଧମାଳ:୧/୯(ଓଡ଼ିଶା ଆଦର୍ଶ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳ ରେ ବେଆଇନ ଗଞ୍ଜେଇ ଚାଷ କୁ ସାର୍ ଯୋଗାଣ ନେଇ ସନ୍ଦେହ ସୃଷ୍ଟି କରିଛି ବିପୁଳ ପରିମାଣ ର ଡିଏ3ପି ସାର୍ ଜବତ ଘଟଣା। ପୋଲିସ ଏକ ଗୋଦାମରେ ଚଢାଉ କରି ପ୍ରାୟ ୩୫ ହଜାର କିଲୋ ଗ୍ରାମ ବା ୩୫ ଟନ୍ ଡିଏପି ସାର୍ ଜବତ କରିଛି।ଏହା ସହ ସାର୍ ପରିବହନ ବ୍ୟବହୃତ ଏକ ଟ୍ରକ୍ କୁ ମଧ୍ୟ ଜବତ କରାଯାଇଛି।ପୋଲିସ ସୂଚନା ଅନୁସାରେ ,ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଅଞ୍ଚଳ ମାଆ ସାବିତ୍ରୀ ଆଗ୍ରୋ ଏଜେନ୍ସି ସହ ସମ୍ପୃକ୍ତ ଏକ ଗୋଦାମ ରେ ଚଢାଉ କରାଯାଇଥିଲା।ଚଢାଉ ବେଳେ ୭୦୦ ରୁ ଉର୍ଦ୍ଧ ବସ୍ଥା ଡିଏପି ସାର୍ ଠାବ ହୋଇଥିଲା।ଜବତ ସାର୍ ଅନୁମାନ ମୂଲ୍ୟ ୧୦ ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ପୋଲିସ ପ୍ରାଥମିକ ତଦନ୍ତରୁ ଏହି ସାର୍ ବେଆଇନ ଗଞ୍ଜେଇ ଚାଷ ରେ ବ୍ୟବହାର ପାଇଁ ଗଚ୍ଛିତ ରଖାଯାଇଥିବା ସନ୍ଧେହ କରାଯାଉଛି।ତେବେ ଏହାର ପ୍ରକୃତ ଉଦ୍ଦେଶ୍ୟ ଯୋଗାଣକାରୀ ଓ ଗ୍ରାହକ ସମ୍ପର୍କ ରେ ପୋଲିସ୍ ତଦନ୍ତ ଜାରି ରଖିଛି।ଏତେ ବିପୁଳ ପରିମାଣ ସାର୍ କେଉଁଠାରୁ ଆସିଥିଲା ଏବଂ କେଉଁ ଅଞ୍ଚଳ କୁ ଯିବାର ଥିଲା ତାହାର ଖୋତାଡ଼ ଚାଲିଛି। ସଂକ୍ରାନ୍ତ ରେ ବାଲିଗୁଡ଼ା ଥାନା ରେ କେସ ନଂ ୨୧୯/୨୬ମାମଲ୍ ରୁଜୁ ହୋଇଛି ଏଜେନ୍ସୀରମାଲିକ ଓ ଚାଳକ ବିରୋଧ ଭାରତୀୟ ନ୍ୟାୟ ସଂହିତା ବିଭିନ୍ନ ଧାରା ସହ ଅତ୍ୟାବଶ୍ୟକ ସାମଗ୍ରୀର ,୧୯୫୫ଧାରା ୭ଅନୁଯାୟୀ ମାମଲ ରୁଜୁ ହୋଇଥିବା ଜଣାପଡ଼ିଛି। ତଦନ୍ତ ସ୍ୱାର୍ଥରେ ସମ୍ପୃକ୍ତ ଗୋଦାମ କୁ ସିଲ୍ କରାଯାଇଛି।



إرسال تعليق