Header ADS

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଜଣେ ଯୁବକ ମୃତ; ଜଣେ ଗୁରୁତର

 ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଜଣେ ଯୁବକ ମୃତ; ଜଣେ ଗୁରୁତର



ଅନୁଗୋଳ,୩୧/୮(ଓଡ଼ିଶା ଆଦର୍ଶ):ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନା ଅଧୀନ ନାଲକୋ ମେଡିକାଲ ପଛପାର୍ଶ୍ୱ ରାସ୍ତାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୧ଟା ସମୟରେ ଗିରାଙ୍ଗ ଗ୍ରାମର ଅନନ୍ତ ନାଏକ ଓ ତାଙ୍କର ଜଣେ ସାଙ୍ଗ ବାଇକ୍‌ରେ ଯାଉଥିଲେ। ନାଲକୋ ମେଡିକାଲ ପଛପାର୍ଶ୍ୱ ରାସ୍ତାରେ କୌଣସି କାରଣରୁ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ଧକ୍କା ଦେଇଥିଲା।ଦୁର୍ଘଟଣା ପରେ ନାଲକୋର ସୁରକ୍ଷାକର୍ମୀମାନେ ଉଭୟ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ନାଲକୋ ମେଡିକାଲକୁ ନେଇଥିଲେ। ପରେ ଉଭୟଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଅନନ୍ତ ନାଏକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।ଘଟଣାକୁ ନେଇ ନାଲକୋ ଥାନା ପୁଲିସ ପକ୍ଷରୁ ତଦନ୍ତ କରାଯାଉଥିବା ସୂଚନା ମିଳିଛି।


Post a Comment

أحدث أقدم
Header ADS