ନୀଳଗିରି ସତ୍ୟସାଇ ସେବା ସମିତିର ଆବାହକ ଙ୍କ ଆଖି ଦୁଇ ଅନ୍ଧ ଙ୍କୁ ଦେଖାଇବ ଆଲୋକ
ନୀଳଗିରି, ୨୮/୦୮(ଓଡ଼ିଶା ଆଦର୍ଶ):ନୀଳଗିରି ଶ୍ରୀ ଶ୍ରୀ ସତ୍ୟସାଇ ସେବା ସମିତିର ପୂର୍ବତନ ଆବାହକ ଦିଲୀପ କୁମାର ଲେଙ୍କା ଗତରାତି ତିନିଟା ସମୟରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି .ସତ୍ୟ ସାଇ ସଂଗଠନ ର ପୂର୍ବ ଯୋଜନା ଅନୁସାରେ ତାଙ୍କ ଦୁଇ ଚକ୍ଷୁ ଦାନ କରାଯାଇଛି .ବାଲେଶ୍ବର ଜିଲା ନୀଳଗିରି ଶ୍ରୀ ଶ୍ରୀ ସତ୍ୟସାଇ ସେବା ସମିତିର ପୂର୍ବତନ ଆବାହକ ଦିଲ୍ଲୀପ କୁମାର ଲେଙ୍କା 55 ବର୍ଷରେ ହୃଦଘାତ ଜନିତ ରୋଗରେ ପୀଡିତହୋଇ ଗତ ରାତିରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି. ସେ ଦୀର୍ଘଦିନ ଧରି ନୀଳଗିରି ସେବା ସମିତିର ଆବାହକ ଭାବେ ବେଶ୍ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ. ସେ ନୀଳଗିରି ସମିତି ଅଧୀନରେ ଥିବା ବିଭିନ୍ନ ଭଜନ ମଣ୍ଡଳୀ କୁ ତ୍ୱରାନ୍ୱିତ କରିବା ତାଙ୍କର ବହୁତ ଅବଦାନ ରହିଛି. ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କୁ ସଙ୍ଗଠନରେ ସାମିଲ କରି ପରିବର୍ତ୍ତନ କରି ଥିଲେ.ତାଙ୍କ ପରଲୋକ ଖବରପାଇ ନୀଳଗିରି ଅଞ୍ଚଳର ସତ୍ୟସାଇ ସେବା ସଂଗଠନର ସାଆନ୍ତl ଖଜିରା ଅଯୋଧ୍ୟା ମଲିକାଣୀ ଜୋକଲଣ୍ଡା ପୋଡ଼ାଶୂଳ ନୀଳଗିରି ବlବନ୍ଧ ଭଜନ ମଣ୍ଡଳୀର କର୍ମକର୍ତ୍ତା ମାନେ ଶେଷ ଦର୍ଶନ କରିବା ସହିତ ପାର୍ଥିବ ଶରୀରକୁ ବାଉଁଶନlଳ ଗ୍ରାମରୁ ଶୋଭାଯାତ୍ରା ରେ ନୀଳଗିରି ସତ୍ୟସାଇ ମନ୍ଦିର କୁ ନିଆଯାଇ ପୋଡାଶୂଳ ବଜାର୍ ପରିକ୍ରମାକରି ଗ୍ରାମ ମଶାଣିରେ ଶେଷକୃତ୍ୟ ସଂପନ୍ନ ହୋଇଛି ତାଙ୍କ ଦୁଇ ଚକ୍ଷୁ କୁ ଦାନ କରାଯାଇଛି. ତାଙ୍କ ଆଖିରେ ଅନ୍ୟ ଦୁଇ ଲୋକ ଦେଖିପାରିବେ ସେ ମରି ଅମର ହୋଇ ରହିଲେ ଖବରପାଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ବରିଷ୍ଠ ଚକ୍ଷୁ ଚିକିତ୍ସା ଅଧିକାରୀ ଚକ୍ରଧର ଦାଶ ଟେକ୍ନିସିଆନ୍ ସନ୍ଧ୍ୟାରାଣୀ ନାୟକ ବାଉଁଶନାଳ ଗ୍ରାମରେ ପହଂଚି ଦିଲ୍ଲୀପ କୁମାର ଲେଙ୍କା ଙ୍କ ଦୁଇ ଚକ୍ଷୁ ସଂଗ୍ରହ କରିଛନ୍ତି .ବର୍ତ୍ତମାନ ଚକ୍ଷୁଦାନ ପକ୍ଷ ପାଳନ ରେ ଦୁଇଟି ଆଖି ସଂଗ୍ରହ କରି ଅନ୍ୟ ଦୁଇ ଅନ୍ଧ ଙ୍କ ଆଖିରେ ପ୍ରତି ରୋପଣ କରାଯିବ ।ବାପା ମା ବସିଛନ୍ତି ତାଙ୍କ ଆଖିଆଗରେ ରୋଜଗାରିଆ ପୁଅ ଚାଲିଗଲା ହେଲେ ତା ଦୁଇ ଆଖିରେ ପୁଣି ଦୁଇବ୍ୟକ୍ତି ପ୍ରଭୁଙ୍କୁ ଦେଖି ପାରିବେ. ଉପସ୍ଥିତ ଜନତା ସାଇ ଆଶ୍ରିତ ଭାଇ ଭଉଣୀ ଶେଷଦର୍ଶନ କରି ଆତ୍ମାର ସଦ୍ ଗତି କାମନା କରିଥିଲେ



Post a Comment