ନୀଳଗିରି ମଙ୍ଗଳା ମନ୍ଦିରରୁ ରୂପା ଅଳଙ୍କାର ଚୋରି।
ନୀଳଗିରି,୨୮/୭(ଓଡ଼ିଶା ଆଦର୍ଶ):ନୀଳଗିରି ସହରର ବଡ ଦାଣ୍ଡରେ ଥିବା ମଙ୍ଗଳା ମନ୍ଦିରରୁ ଦୁର୍ବୃତ୍ତ ମାନେ ବିଳମ୍ବିତ ରାତିରେ ମାଙ୍କ ଦେହରୁ ରୂପା ଅଳଙ୍କାର ଚୋରି କରି ନେଇଯାଇଛନ୍ତି। ମଙ୍ଗଳବାର ଦିନ ସକାଳେ ପୂଜକ ପୂଜା କରିବାକୁ ଆସିଥିବା ବେଳେ ମନ୍ଦିରର ତାଲା ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲା। ପରେ ମାଆଙ୍କର ରୂପା ଅଳଙ୍କାର ଚୋରି ହୋଇଯାଇଥିବାର ଦେଖିବାକୁ ମିଳିଥିଲା। ଘଟଣା ବାବଦରେ ନିଳଗିରି ପୋଲିସ କୁ ଖବର ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଚୋରି ଅଳଙ୍କାରର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି।



Post a Comment