ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ।
ନୀଳଗିରି,୨୭/୦୭(ଓଡ଼ିଶା ଆଦର୍ଶ):ଲଘୁଚାପ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ରବିବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଚାଷୀର ଜୀବନ ଯାଇଛି। ସୂଚନା ମୁତାବକ ବରହମପୁର ଥାନା ଛତ୍ରପୁର ପଞ୍ଚାୟତ ଚତୁରିପଡା ଗ୍ରାମର କହ୍ନେଇ କିସ୍କୁଙ୍କ ପୁଅ ବୁଦ୍ଧିଆ କିସ୍କୁ(୫୫) ଚାଷକାମ ପାଇଁ ବିଲ କୁ ଯାଇଥିଲେ। ଅପରାହ୍ନ ପ୍ରାୟ ୪.୩୦ମିନିଟ ସମୟରେ ପ୍ରଚୁର ବର୍ଷା ଓ ଘଡଘଡି ହେବାରୁ ଘରକୁ ଫେରିଆସିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ସେହି ବିଲରେ ଟଳି ପଡ଼ିଥିଲେ ।କିଛି ଦୂରରେ ଚାଷ କାମ ରେ ଥିବା ଅନ୍ୟ ଚାଷୀମାନେ ଏହାଦେଖି ତାଙ୍କ ଘରଲୋକଙ୍କୁ ଖବର ଦେଇଥିଲେ। ପରିବାରଲୋକ ତୁରନ୍ତ ବରହମପୁର ମେଡିକାଲ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବରହମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ୯/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।



Post a Comment