Header ADS

ରଥଯାତ୍ରା ସରିଗଲା, ନୀଳଗିରି ବାଇପାସ ଛକ ରାସ୍ତା ମରାମତି ହେଲା ନାହିଁ।

 ରଥଯାତ୍ରା ସରିଗଲା, ନୀଳଗିରି ବାଇପାସ ଛକ ରାସ୍ତା ମରାମତି ହେଲା ନାହିଁ।



ନୀଳଗିରି,୨୩/୦୭(ଓଡ଼ିଶା ଆଦର୍ଶ):ରଥଯାତ୍ରା ସରିଗଲା ହେଲେ ନୀଳଗିରି ବାଇପାସ ଛକ ତଥା ସହରର ମୁଖ୍ୟ ପ୍ରବେଶ ପଥର ରାସ୍ତା ମରାମତି କଲେନି। ନୀଳଗିରି ମୁଖ୍ଯ ପ୍ରବେଶ ପଥ ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି, ନିଷ୍କାସନ ବାଟ ନଥିବାରୁ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଯାତାୟତ କରୁଛନ୍ତି ପଥଚାରୀ। ନୀଳଗିରି ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ସୂଚନା ବାଲେଶ୍ୱର ଜିଲ୍ଲା ନୀଳଗିରି ଦେଇ ଯାଇଥିବା ଶେରଗଡ଼ ନୀଳଗିରି ଝରଣଘାଟି (ଏସଏନଜେ) ୧୯ନଂ ରାଜ୍ୟ ରାଜପଥର ନୀଳଗିରି ବାଇପାସ ଛକ ଠାରେ ରାସ୍ତା ଓ ନୀଳଗିରି ସହରକୁ ସଂଯୋଗ କରୁଥିବା ମୁଖ୍ୟ ପ୍ରବେଶ ପଥର ରାସ୍ତା ଖାଲ ଖମାରେ ପୂର୍ଣ୍ଣ ଏବଂ ବର୍ଷା ହେଲେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି, ଯାତାୟାତ କରିବା ବିପଦଜନକ ହୋଇ ପଡିଛି। ଏହି ରାସ୍ତା ରାଜ୍ୟ ସରକାରଙ୍କ ବାଲେଶ୍ବର ପୂର୍ତ୍ତ ବିଭାଗ-୧ ଦାୟିତ୍ବରେ ଥିବାବେଳେ ଏହି ବାଇପାସ ଛକ ରାସ୍ତା ଦେଇ ସାଳନ୍ଦୀ କେନାଲ ଡିଭିଜନ, ଆନନ୍ଦପୁର ବ୍ୟାରେଜ ପକ୍ଷରୁ ନିର୍ମିତ ହେଉଥିବା ନଦୀ ସଂଯୋଗୀକରଣ ଯୋଜନା ରେ, ନୀଳଗିରି ସହର ମଧ୍ୟଦେଇ ଯାଉଥିବା କେନାଲ ପାଇଁ ନୀଳଗିରି ବାଇପାସ୍ ସ୍ଥିତ ରାସ୍ତା ରହିଥିଲା। କେନାଲ ସଂସ୍ଥା କେନାଲ କାର୍ଯ୍ୟ ସାରିବା ପରେ ରାସ୍ତା କାର୍ଯ୍ୟକୁ ଅତି ମନ୍ଥର ଗତିରେ କରୁଅଛି। ନୀଳଗିରି ଦେଇ ଯାଇଥିବା ବାଇପାସ ଛକ ରସ୍ତା ମୟୁରଭଞ୍ଜ କୁ ସଂଯୋଗ ହେବାରେ ମୁଖ୍ଯରାସ୍ତା ହୋଇଥିବା ବେଳେ ଉତ୍ତର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପଞ୍ଚଲିଙ୍ଗେଶ୍ଵର କୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ଏହି ରାସ୍ତାରେ ପର୍ଯ୍ୟଟକ ଙ୍କ ଶୁଅ ଛୁଟିଥାଏ। ଏହା ସହ ଦୈନିକ ଭକ୍ତ ରାସ୍ତାରେ ପଥଚାରୀ, ଯାତ୍ରୀବାହୀ ଓ ସ୍କୁଲ ବସ ଏବଂ ସହ ସହ ଭାରୀ ଜାନ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ବାଇପାସ ଛକରୁ ନୀଳଗିରି ସହରର ମୁଖ୍ୟ ପ୍ରବେଶ ପଥକୁ ସଂଯୋଗ ହେଉଛି। ଏହି ସ୍ଥାନଠାରୁ କିଛି ଦୁରରେ ନୀଳଗିରି ଉପଜିଲାପାଳ ଙ୍କ କାର୍ଯ୍ୟାଳୟ ଓ ସହରର ମୁଖ୍ୟ ପ୍ରବେଶ ପଥ ହୋଇଥିବାରୁ ପ୍ରତ୍ୟେକ ଦିନ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧି ଏହି ରାସ୍ତାଦେଇ ଯାତାୟାତ କରୁଛନ୍ତି। ହେଲେ ରାସ୍ତାରେ ପିଚୁ ଦେଖାଯାଉନାହିଁ କି ଏଥିପ୍ରତି କେହି ନଜର ନଦେବା ସମସ୍ତଙ୍କୁ ଚକିତ କରିବା ସହ ଜନ ଅସନ୍ତୋଷ ବଢ଼ି ଚାଲିଛି। ପ୍ରଶାସନ ରଥଯାତ୍ରା ପୂର୍ବରୁ ଏହି ନୀଳଗିରି ବାଇପାସ ଛକର ରାସ୍ତା କାମ ସାରିଦେବ ବୋଲି ସୂଚନା ଦେଇଥିଲା ହେଲେ ରଥଯାତ୍ରା ସରିଗଲା, ନୀଳଗିରି ବାଇପାସ ଛକ ତଥା ସହରର ମୁଖ୍ୟ ପ୍ରବେଶ ପଥର ରାସ୍ତା ମରାମତି କଲେନି। ଏ ସମ୍ପର୍କରେ ଗୁରୁବାର ନୀଳଗିରି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ଜେନା ଙ୍କୁ ପଚାରିବାରୁ କହିଥିଲେ ଉକ୍ତ ସ୍ଥାନଟି କେନାଲ ବିଭାଗର କାମ ହେଉଥିବାରୁ ସେଥିପାଇଁ କାମହୋଇ ପାରିନଥିଲା। କେନାଲ ସଂସ୍ଥା ସହ ଆଲୋଚନା ହୋଇଛି ବର୍ଷା ଛାଡିଲେ ତୁରନ୍ତ ରାସ୍ତା କାମ କରାଯିବ।


Post a Comment

Previous Post Next Post
Header ADS