ହୃଦଘାତରେ ଯୁବକଙ୍କ ମୃତ୍ୟୁ।
ନୀଳଗିରି,୨୧/୦୭(ଓଡ଼ିଶା ଆଦର୍ଶ):ନୀଳଗିରିର ବେଶ୍ ପରିଚିତ ଯୁବକ ତଥା ନୀଳଗିରି ଗ୍ରାମ୍ୟ ବ୍ୟାଙ୍କ ଶାଖାର କର୍ମଚାରୀ ସଞ୍ଜୀବ କୁମାର ବେହେରା ଙ୍କ ହୃଦଘାତରେ ମୃତ୍ୟୁ ଖବର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ନୀଳଗିରି ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଛୁଟି ହେବାପରେ ନିଜ ଘର ନୀଳଗିରି ଏନ.ଏ.ସି ୨ନଂ ୱାଡ ଘାଟଘରସାହି କୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତୁରନ୍ତ ନିକଟସ୍ଥ ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘାଟଘରସାହି ଗ୍ରାମର ସ୍ୱର୍ଗତ ପ୍ରଫୁଲ୍ଲ ବେହେରାଙ୍କ ସାନ ପୁଅ ଅଟନ୍ତି ସଞ୍ଜୀବ । ମୃତ୍ୟୁ ବେଳକୁ ତାଙ୍କର ୪୦ ବର୍ଷ ହୋଇଥିଲା। ଖବର ଶୁଣିବା ପରେ ମେଡିକାଲ ପରିସର ଲୋକାରଣ୍ୟ ହୋଇପଡ଼ିଥିଲା।



Post a Comment