Header ADS

କଂଗ୍ରେସ ର ତିନିଜଣ ଦିବଙ୍ଗତ ବରିଷ୍ଠ ନେତା ପାଇଁ ଶ୍ରଦ୍ଧାଞ୍ଜଳୀ ସଭା।

 କଂଗ୍ରେସ ର ତିନିଜଣ ଦିବଙ୍ଗତ ବରିଷ୍ଠ ନେତା ପାଇଁ ଶ୍ରଦ୍ଧାଞ୍ଜଳୀ ସଭା।


ନୀଳଗିରି, ୧/୬(ଓଡ଼ିଶା ଆଦର୍ଶ) ଆଜି ଅପରାହ୍ନ ପାଞ୍ଚ ଘଟିକା ରେ ନୀଳଗିରି ସ୍ଥିତ କଂଗ୍ରେସ ଭବନ ପରିସର ରେ, କଂଗ୍ରେସ ର ତିନିଜଣ ଦିବଙ୍ଗତ ବରିଷ୍ଠ ନେତା ଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି। ସୂଚନା ରୁ ଜଣାଯାଇଛି, ରାଜ୍ୟ କିଶାନ କଂଗ୍ରେସ ର ଉପ ସଭାପତି ଯଶୋଦା ନନ୍ଦନ ସିଂହ ଙ୍କ ଆବାହକତ୍ୱ ରେ କଂଗ୍ରେସ ଦଳର ବରିଷ୍ଠ ନେତା ଓ କର୍ମୀ କଂଗ୍ରେସ ଭବନ ପରିସର ରେ ଏକଜୁଟ ହୋଇଥିଲେ। ଏଥି ନିମନ୍ତେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ବ୍ଲକ କଂଗ୍ରେସ ସଭାପତି ତପନ କୁମାର ରାଉତ ସଭାପତିତ୍ବ କରିଥିଲେ। ଉକ୍ତ ସଭାରେ, ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେଶ୍ଵର ବେହେରା, ନୀଳଗିରି ନଗର କଂଗ୍ରେସ ସଭାପତି ଉପେନ୍ଦ୍ର ବେହେରା, ବର୍ଷୀୟାନ କଂଗ୍ରେସ ନେତା ସଦାଶିବ ରଥ, ଯଶୋଦା ନନ୍ଦନ ସିଂହ, ପ୍ରମୁଖ, ଦିବଙ୍ଗତ ସାରଥୀ ଦାସ, ଉମାକାନ୍ତ ଦାସ ଓ କାଳନ୍ଦୀ ସିଂ ଙ୍କ ବହୁମୁଖି ପ୍ରତିଭା ଓ ଦଳ ପ୍ରତି ନିଷ୍ଠା ସମ୍ପର୍କ ରେ ସ୍ମୃତି ଚାରଣ କରି ଥିଲେ। ଶୋକ ଓ ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ୱର୍ଗତ ଆତ୍ମା ଙ୍କର ସଦ୍ ଗତି କାମନା କରିବା ସହିତ ତାଙ୍କର ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇ ଥିଲେ।ଉକ୍ତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ, ସୁରେନ୍ଦ୍ର ଦାସ, ରାସବିହାରୀ ମହାପାତ୍ର, ବିଜୟ କୁମାର ନାୟକ, ଚକ୍ରଧର ଦାସ, ପ୍ରସନ୍ନ ପାତ୍ର, ଅଦ୍ଵୈତ ନାୟକ, ଗଦାଧର ପରିଡା,ସୁରେଶ ବାରିକ, ବରିଷ୍ଠ ଆଇନ ଜିବୀ ବିଭୂପଦ ଆଇଚ, ସୁଦର୍ଶନ ବେହେରା, ଦୀପକ ବାଗ, ଉଜ୍ଜଳ ଦେବ ଗୋସ୍ୱାମୀ, ସୁଦର୍ଶନ ପାତ୍ର, କମଳା କାନ୍ତ ନାୟକ, ବିଦ୍ୟାଧର ମହାନ୍ତି ପ୍ରମୁଖ ଯୋଗ ଦେଇ ଥିଲେ।

Post a Comment

Previous Post Next Post
Header ADS