Header ADS

ଉତ୍କଳ ଦିବସ ଓ ମୋ ପରିବାର ନିଶା ମୁକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

 ଉତ୍କଳ ଦିବସ ଓ ମୋ ପରିବାର ନିଶା ମୁକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।


ନୀଳଗିରି, ୧/୪(ଓଡ଼ିଶା ଆଦର୍ଶ):ନୀଳଗିରି ସ୍ଥିତ ଅଗ୍ରଣୀ ଘରୋଇ ଡିଭାଇନ ଶିକ୍ଷାନୁଷ୍ଠାନ ପକ୍ଷରୁ ବୁଧବାର ଉତ୍କଳ ଦିବସ ଓ ମୋ ପରିବାର ନିଶା ମୁକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉତ୍କଳର ମଉଡ ମଣି ଓ ଗୌରବର ପ୍ରତୀକ ମହାପ୍ରଭୁ ଜଗନ୍ନାଥଙ୍କ ଚରଣକମଳରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭାର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ନୀଳଗିରି ସାହିତ୍ୟ ସାରସ୍ୱତ୍ୟ ସମନ୍ୱୟ ସମିତିର ସମ୍ପାଦିକା ସୁବାଶିନୀ ଜୀ ମହୋଦୟା ମୁଖ୍ୟ ବକ୍ତା ଓ ସମ୍ମାନୀୟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀକାନ୍ତ ଆଚାର୍ଯ୍ୟ ମହୋଦୟ ଯୋଗଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରଚାର ପ୍ରସାରର ଆବଶ୍ୟକତା ସହିତ ପ୍ରତିଟି ଛାତ୍ର ଛାତ୍ରୀ ଓଡ଼ିଆ ସାହିତ୍ୟକୁ ନିଜର ପରିଭାଷା ଓ ପରିଚୟର ପ୍ରତୀକ ରଖିବା ଉଚିତ ବୋଲି ମତପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡିଭାଇନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର ସଭାପତିତ୍ୱ କରି କାର୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ। ଏହା ସହିତ ପିଲାମାନଙ୍କ ମଧ୍ୟ ରେ ପ୍ରୀତିଭରା ଜଗରଣ ନିମନ୍ତେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ବକୃତା ପ୍ରତି ଯୋଗିତା ମାନ କରା ଯାଇ ଥିଲା ଓ ପୁରସ୍କାର ମଧ୍ୟ ଦିଆ ଯାଇ ଥିଲା। ପୁରସ୍କୃତ ପ୍ରତିଭା ହେଉଛନ୍ତି ଲୋପାମୁଦ୍ରା ମଲ୍ଲିକ,ଶେଷ ଦେବ ମଢେଇ, କ୍ରିଷ୍ଣା ବେହେରା, ପୂଜା ସିଂ, ପୂଜା ଦାସ, ସୁଭଦର୍ଶିନୀ ପାଣିଗ୍ରାହୀ, ସାଇ ଶ୍ରୁତି ମହାପାତ୍ର, ବିଜୟାଲକ୍ଷ୍ମୀ ପ୍ରଧାନ, ବବିତା ବେହେରା। ସଭା ପରିଚାଳନା କରି ଥିଲେ ବବିତା ବେହେରା। ଶେଷରେ ରେ ମୋ ପରିବାର ନିଶା ମୁକ୍ତ ପରିବାର କରିବା ପାଇଁ ଶପଥ ପାଠ ମଧ୍ୟ କରା ଯାଇଥଲା। ପରି ଶେଷରେ ସମଗ୍ର କାର୍ୟକ୍ରମ ଶୃଙ୍ଖଳାବଦ୍ଧ ଓ ଉତ୍ସାହମୟ ପରିବେଶରେ ସମ୍ପନ୍ନ ହୋଇଥିଲା।

Post a Comment

Previous Post Next Post
Header ADS