Header ADS

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ମହିଳା ରେମୁଣା ମେଡିକାଲ ରେ ଚିକିତ୍ସିତ।

 ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ମହିଳା ରେମୁଣା ମେଡିକାଲ ରେ ଚିକିତ୍ସିତ।


ନୀଳଗିରି,୨୨/୩(ଓଡ଼ିଶା ଆଦର୍ଶ):ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗଡିଆ କାନପୁର ଗ୍ରାମର ତରୁଣ କୁମାର ଦାସ ପରିବାରକୁ ଉକ୍ତ ଗ୍ରାମର ପ୍ରଶାନ୍ତ ଦାସ ହଇରାଣ ହରକତ କରୁଥିବାକୁ ନେଇ ଗତ ୧୮/୦୩ ରେ ଅଭିଯୋଗ ହୋଇଥିଲା ବେଳେ ଅପରପକ୍ଷେ ପ୍ରଶାନ୍ତ ଦାସ ଙ୍କ ପୁଅକୁ ମାରଣାନ୍ତକ ଆକ୍ରମଣ କରିଥିବାର ତରୁଣ କୁମାର ଦାସଙ୍କ ବିରୁଦ୍ଧରେ ମଦ୍ଧ ନୀଳଗିରି ଥାନାରେ ଦୁଇଟି ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗକୁ ନେଇ ୨୦/୩ ରିଖରେ ତରୁଣ କୁମାର ଦାସ ଓ ତାଙ୍କ ସ୍ତ୍ରୀ ନୀଳଗିରି ଥାନାକୁ ଆସି ପୂର୍ବରୁ ଦେଇଥିବା ଅଭିଯୋଗ ର ଏତଲା କପି ନେଇ ଏକ ଅଟୋ ରେ ଘରକୁ ଫେରୁଥିବା ସମୟରେ ଗ୍ରାମରେ ଥିବା ଠାକୁରାଣୀ ମନ୍ଦିର ନିକଟରେ ଛକି ରହିଥିବା ପ୍ରଶାନ୍ତ ଦାସ ଓ ତାର କିଛି ସାଙ୍ଗ ମିଶି ଅଟୋକୁ ଅଟକାଇ ତୁ ମୋ ନାମରେ ଥାନାରେ ରେପ୍ କେସ କରିଛୁନା କହି ତରୁଣ ସ୍ତ୍ରୀ କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା, ଟଣା ଘୋଷରା କରିବା ସହ ଏକ ଲୁହା ରଡ଼ ତାଙ୍କ ସ୍ତ୍ରୀ କୁ ଏପରି ବାଡ଼େଇ ଥିଲେ କି ସେଥିରେ ଦୁଇ ଗୋଡ, ଛାତି, ଜଘଂ, କାନ୍ଧ ଏବଂ ଅନ୍ଯାନ୍ଯ ଅଙ୍ଗ ପ୍ରତ୍ଯଙ୍ଗ ରେ ଖଣ୍ଡିଆ ଖାବରା ହୋଇ ରକ୍ତ ଜୁଡୁବୁଡୁ ବୁଡୁ ହେବାରୁ ସେ ତଳେ ପଡି ଯାଇଥିବାର ଅଭିଯୋଗ ହୋଇଛି। ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରୁଥିବା ବେଳେ ସାହୁ ସାହି, ସେଠୀ ସାହି ଓ ମାହାଳିକ ସାହିର ଲୋକମାନେ ପହଞ୍ଚି ଯିବାରୁ ସେଠାରୁ ସେମାନେ ଫେରାର ହୋଇ ଯାଇଥିଲେ। ଯିବା ବେଳେ ତମେ ସ୍ବାମୀ ସ୍ତ୍ରୀ ଙ୍କ ପାଳି ସରିଲା ଏବେ ତ ଝିଅ ର ପାଳି, ତାକୁ ଆମେ ଧର୍ଷଣ କରି ହତ୍ୟା କରିବୁ ବୋଲି ଧମକ ଦେଇଥିଲେ। ଗୁରୁତର ଅବସ୍ଥାରେ ୧୦୮ ଯୋଗେ ଈଶ୍ୱରପୁର ମେଡିକାଲ ଓ ଅବସ୍ଥା ଗୁରୁତ୍ବର ହେବାରୁ ପରେ ରେମୁଣା ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ସ୍ତ୍ରୀ ଚିକିତ୍ସାଧୀନ ଅଛନ୍ତି ବୋଲି ଜଣା ପଡିଛି। ଘରେ ସ୍ବାମୀ ଆକ୍ସିଡେଣ୍ଟ ହୋଇ ଘରେ ରହିଥିବା ବେଳେ ଶ୍ଵଶୁର ମଧ୍ୟ ଚଲା ବୁଲା କରି ପାରୁନଥିବା ବେଳେ ତାଙ୍କ ପରିବାର ପ୍ରତି ଏଭଳି ଅମାନୁଷିକ ଆକ୍ରମଣ ଘଟଣାକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ନୀଳଗିରି ପୋଲିସ ପକ୍ଷରୁ ୧୫୩/୨୬ ନଂ ଏକ ମାମଲା ରୁଜୁକରି ତଦନ୍ତ ଜାରିରହିଛି।

Post a Comment

أحدث أقدم
Header ADS