ଚକ୍ଷୁଦାନ କରି ଅମର ହୋଇଗଲେ ଅଜୟ
ନୀଳଗିରି,୧୦/୩(ଓଡ଼ିଶା ଆଦର୍ଶ):ନୀଳଗିରି ସହରର ସୁପରିଚିତ ପୁସ୍ତକ ବ୍ୟବସାୟୀ ତଥା ସମାଜସେବୀ ଅଜୟ କୁମାର ପାତ୍ରଂ (୫୨)ଙ୍କର ଏକ ଅଭାବନୀୟ ଦୂର୍ଘଟଣାରେ ଗତ ୮ତାରିଖ ରାତିରେ ମୄତ୍ୟୁ ହୋଇଥିଲା।ଗତକାଲି ବାଲେଶ୍ବର ସଦର ହାସପାତାଳରେ ଅଜୟଂକ ମୃତଦେହ ବ୍ୟବଛ୍ଛେଦ ପରେ, ରାତିରେ ପୁରୀ ସ୍ବର୍ଗଦ୍ବାର ନେଇ ସତ୍କାର କରାଯାଇଛି।ମୃତ ଅଜୟଂକର ବଡ ଭାଇ ବିଶିଷ୍ଟ ବାମପନ୍ଥୀ ଶ୍ରମିକ ନେତା ତଥା ଜିଲ୍ଲା ରକ୍ତଦାତା ସଂଘ ଓ ନୀଳଗିରି ଉପଖଣ୍ତ ରକ୍ତଦାତା ସଂଘର ବରିଷ୍ଠ କର୍ମକର୍ତ୍ତା ବିଜୟ କୁମାର ପାତ୍ର,ପରିବାରର ସ୍ତ୍ରୀ,ପୂତ୍ର ତଥା ସଦସ୍ୟଗଣ,ରକ୍ତଦାତା ସଂଘର ବରିଷ୍ଠ ଉପଦେଷ୍ଟା ରବି ରାଉତଂକର ଉଦ୍ୟମକ୍ରମେ, ଅଜୟଂକର ଦୁଇ ଆକ୍ଷି ଚକ୍ଷୁ ବ୍ୟାଙ୍କ କୁ ଦାନ କରାଯାଇଛି।ମୃତ୍ୟୁ ପରେବି ନେତ୍ରଦାନ କରି ଅଜୟ ପାତ୍ର ଦୁଇଜଣ ଦୃଷ୍ଟିହୀନ ବ୍ୟକ୍ତିଂକୁ ଏ ଦୁନିଆର ଆଲୋକ ଦେଖିବାର ଦୂର୍ଲଭ ସୁଯୋଗ ପ୍ରଦାନ କରି ପାରି ଥିବାରୁ ,ସେ ଆଜି ର ଦୁନିଆ ରେ ଅମର ହୋଇଯାଇଛନ୍ତି ବୋଲି ସାଧାରଣ ରେ ବେଶ ଆଲୋଚନା ହେଉଥିବା ଶୁଣାଯାଉଛି।ଏହି ମହତ କାର୍ଯ୍ୟ ପାଇଁ ନୀଳଗିରି ଉପଖଣ୍ତ ରକ୍ତଦାତା ସଂଘ ପକ୍ଷରୁ ଅଜୟ ପାତ୍ରଂକର ପିତା ଅବସର ପ୍ରାପ୍ତ ରାଜସ୍ବ ଅଧିକାରୀ ବାଂଛାନିଧି ପାତ୍ର,ମାତା ଯମୁନାମଣି ,ସହଧର୍ମିଣୀ ରଂଜିତା, ଏକମାତ୍ର ପୁତ୍ର ଉମାଶଂକର,ସାନଭାଇ ଅକ୍ଷୟ,ସଂଜୟ ଓ ପରିବାର ପରିଜନଂକୁଏହି ନେତ୍ରଦାନ ନିଷ୍ପତ୍ତି ପାଇଁ ସାଧୁବାଦ ଜ୍ଞାପନ କରାଯାଇଛି। ଅନ୍ୟ ପକ୍ଷ ରେ,ତାଙ୍କ ଅକାଳ ବିୟୋଗରେ ଗତକାଲି ନୀଳଗିରି କଚେରୀ ବଜାରର ବଳରାମ ରାଜ ମାର୍କେଟ କଂପ୍ଲେକ୍ସର ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା।ସମସ୍ତ ବ୍ୟବସାୟୀ ଅଜୟଂକର ମୄତଦେହକୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।ରକ୍ତଦାତା ସଂଘ ପକ୍ଷରୁ ଭଗବାନ ମହାନ୍ତି,ରବି ରାଉତ,ଗଂଗାଧର ମହାନ୍ତି ଉପସ୍ଥିତ ରହି ଅଜୟଂକୁ ଶ୍ରଦ୍ଧାସୁମନ ଅର୍ପଣ ସହିତ ଶୋକାକୁଳ ପରିବାର ପରିଜନଂକୁ ସମବେଦନା ଜ୍ଞାପନ କରିଥିଲେ।



إرسال تعليق