Header ADS

ଭୂମିଜ ଜନଜାତିଙ୍କର ଦିଶୁମ୍ ବାଆ ବଙ୍ଗା ପରବ୍ ଆୟୋଜିତ

 ଭୂମିଜ ଜନଜାତିଙ୍କର ଦିଶୁମ୍ ବାଆ ବଙ୍ଗା ପରବ୍ ଆୟୋଜିତ



ନୀଳଗିରି,୧୦/୩(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକ୍ ମହିଷାପଟ୍ଟା ଗ୍ରାମପଞ୍ଚାୟତ ଅଧୀନ ଡମ୍ବରୁଘାଟି ଠାରେ ଭୂମିଜ ଆଦିବାସୀମାନେ ସେମାନଙ୍କର ପାରମ୍ପରିକ “ଦିଶୁମ୍ ବାଆ ବଙ୍ଗା ପରବ୍” ସ୍ବର୍ଣ୍ଣଚୁଡ଼ ପାହାଡ଼ର ପାଦଦେଶରେ ଏକ ପ୍ରାକୃତିକ ମନୋରମ ପରିବେଶରେ ଆୟୋଜନ କରିଛନ୍ତି।ବସନ୍ତ ୠତୁର ଆଗମନରେ ଯେତେବେଳେ ପ୍ରକୃତିରେ ନୂଆପତ୍ର, ଫୁଲ,ଫଳ ଆସେ ସେତେବେଳେ ଭୂମିଜ ଆଦିବାସୀମାନେ ଏହି ପର୍ବକୁ ଗ୍ରାମର ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ସେମାନଙ୍କ ପାରମ୍ପରିକ ନୃତ୍ୟ,ସଙ୍ଗୀତ ଓ ମାଦଳର ତାଳେ ତାଳେ ଜଙ୍ଗଲକୁ ଯାଇ ଶାଳଫୁଲକୁ ଜଙ୍ଗଲର ରାଜା ଭାବେ ପୂଜାର୍ଚ୍ଚନା କରି ତାଙ୍କ ମାଧ୍ୟମରେ ଜଙ୍ଗଲର ସମସ୍ତ ଦେବାଦେବୀ ମାନଙ୍କୁ ଆହ୍ବାନ କରି ପୂଜା ମଣ୍ଡପକ ଆଣି ମିଳିମିଶି ପ୍ରାର୍ଥନା କରନ୍ତି ବୋଲି ବାଆ ବଙ୍ଗା କମିଟିର ସମ୍ପାଦିକା ସୁବାସିନି ସିଂ କହିଛନ୍ତି। ସେମାନେ ପ୍ରାର୍ଥନା ମାଧ୍ୟମରେ ପ୍ରକୃତିର ବରଦାନ ନିମନ୍ତେ ଧନ୍ୟବାଦ ଅର୍ପଣ କରିବା ସହିତ ଗ୍ରାମବାସୀ, ଗୃହପାଳିତ ପଶୁପକ୍ଷୀ ମାନଙ୍କୁ ସୁରକ୍ଷାଦେବା ସହିତ ନିରାମୟ ରଖିବା ନିମନ୍ତେ ଗୁହାରୀ କରିଥାନ୍ତି। ଏହି କାର୍ଯ୍ୟକ୍ରମକୁ"ବଣ ଧୂଳିର ଫୁଲ"ର ଅଧ୍ୟକ୍ଷ ବିଜୟ ଆଚାର୍ଯ୍ୟ ଓ ସଦସ୍ୟମାନେ ସହଯୋଗ କରିଥିବା ବେଳେ ବାଆ ବଙ୍ଗା କମିଟିର ସଭାପତି ପରମାନନ୍ଦ ସିଂ,ସମ୍ପାଦିକା ସୁବାସିନି ସିଂ ହରିହର ସିଂ, ଗୁଡୁରା ସିଂ, ଡୁମା ସିଂ, ରାମଚନ୍ଦ୍ର ସିଂ, ଶ୍ରୀମତୀ ସିଂ, ସୋମା ସିଂ, ଗୁରୁବାରୀ ସିଂ ସମେତ ଅନେକ ସଦସ୍ୟ ସହଯୋଗ କରିଛନ୍ତି।

Post a Comment

Previous Post Next Post
Header ADS