ନୀଳଗିରି ମହାବିଦ୍ୟାଳୟର ଦର୍ଶନ ବିଭାଗ ପକ୍ଷରୁ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ।
ନୀଳଗିରି,୪/୨(ଓଡ଼ିଶା ଆଦର୍ଶ):ଆଜି ନୀଳଗିରି ମହାବିଦ୍ୟାଳୟ ର ଦର୍ଶନ ବିଭାଗ ପକ୍ଷରୁ ଏକ ବିଭାଗୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ର ର ଶୀର୍ଷକ ଥିଲା ପୁରୁଷାର୍ଥ ମନୁଷ୍ୟ ଜୀବନର ଏକ ଲକ୍ଷ ଅଟେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ରାଉଳ ଯୋଗଦେଇ ପୁରୁଷାର୍ଥ ର ଉପଯୋଗୀତା ସମ୍ବନ୍ଧରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଦାର୍ଶନିକ ବିଭାଗର ମୁଖ୍ୟ ଦୟାନିଧି ସିଟ୍ ଯୋଗଦେଇ ପୁରୁଷାର୍ଥ ର ଚାରୋଟି ସ୍ତମ୍ବ ଯଥା ଧର୍ମ, ଅର୍ଥ, କାମ ଓ ମୋକ୍ଷ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଦର୍ଶନ ବିଭାଗର ମୁଖ୍ୟ କିରଣବାଳା ସେଠୀ ସଭା ପରିଚାଳନା କରିବା ସହିତ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭାଗର ଅଧ୍ୟାପକ ନାରାୟଣ ପାଣ୍ଡେ ଆଲୋଚନା ଚକ୍ର ର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ନିଜ ନିଜର ନିବନ୍ଧ ଉପସ୍ଥାପନା କରିଥିଲେ। ଏହି ଅବସରରେ ଦର୍ଶନ ବିଭାଗର ଛାତ୍ରୀ ମମତା ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜିର ଏହି ଆଲୋଚନା ଚକ୍ର କୁ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ସମେତ ଦର୍ଶନ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଆଲୋଚନା ଚକ୍ର କୁ ସଫଳ କରିଥିଲେ।



Post a Comment