ବିଜେଡ଼ି ଜିଲ୍ଲା ସାଂଗଠନିକ ନିଯୁକ୍ତି। ରାଜୀବ ଦାସବାବୁ ନୀଳଗିରି ବ୍ଲକ୍ ଏବଂ ଅଚ୍ୟୁତଚରଣ ପ୍ରଧାନ ନଗରସଭାପତି ନିଯୁକ୍ତ।
ନୀଳଗିରି ,୧୯/୨(ଓଡ଼ଶା ଆଦର୍ଶ):ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁଜନତା ଦଳର ବାଲେଶ୍ୱର ଜିଲ୍ଲା ସାଂଗଠନିକ କର୍ମକର୍ତ୍ତାଙ୍କ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ନିଯୁକ୍ତିରେ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ନଗରର ସଭାପତିଙ୍କ ନାମ ଘୋଷଣା ହୋଇଥିବା ବେଳେ ବର୍ତ୍ତମାନର ସିଆଡିମାଳ ପଞ୍ଚାୟତର ସମିତିସଭ୍ୟ ରାଜୀବ ଦାସବାବୁଙ୍କୁ ନୀଳଗିରି ବ୍ଲକ୍ ସଭାପତି ଏବଂ ଯୁବସମାଜସେବୀ ଅଚ୍ୟୁତଚରଣ ପ୍ରଧାନଙ୍କୁ ନୀଳଗିରି ଏନଏସି ସଭାପତି ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି। ଏହି ନିଯୁକ୍ତି ମିଳିବାପରେ ନୀଳଗିରି ଅଞ୍ଚଳର ବିଜେଡ଼ି କର୍ମକର୍ତ୍ତା ଏବଂ କର୍ମୀଙ୍କ ମହଲରେ ଉତ୍ସାହ ଦେଖାଦେଇଛି। ଉଭୟ ଯୁବନେତା ରାଜୀବ ଦାସବାବୁ ଏବଂ ଅଚ୍ୟୁତଚରଣ ତାଙ୍କର ଚୟନକୁ ନେଇ ଖୁସିବ୍ୟକ୍ତ କରିବାସହିତ ନୀଳଗିରିର ପୂର୍ବତନ ବିଧାୟକ ତଥା ଲୋକଙ୍କ ସୁଖଦୁଃଖର ସାଥୀ ଇଂ ସୁକାନ୍ତ କୁମାର ନାୟକ, ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ନୀଳଗିରି ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ବାଲେଶ୍ୱର ଜିଲ୍ଲାର ସମସ୍ତ ବରିଷ୍ଠ ବିଜେଡି ନେତା ଓ କର୍ମକର୍ତ୍ତାଙ୍କ ସମେତ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନୀଳଗିରି ବ୍ଲକର ସମସ୍ତ ୨୫ଗୋଟି ପଞ୍ଚାୟତର ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ଏବଂ ସର୍ବାଙ୍ଗୀନ ଉନ୍ନତି ଉପରେ ପ୍ରାଥମିକତା ଦିଆଯିବବୋଲି ନବନିଯୁକ୍ତ ବିଜେଡ଼ି ସଭାପତି ରାଜୀବ ଦାସବାବୁ ପ୍ରତିକ୍ରିୟା ଦେଇଛନ୍ତି।



إرسال تعليق