Header ADS

ଜାଗରରେ କାଉଡିଆ ପଞ୍ଚଲିଙ୍ଗେଶ୍ବରରେ ଜଳାଭିଷେକ କଲେ କାଉଡିଆ ଭକ୍ତ

 ଜାଗରରେ କାଉଡିଆ ପଞ୍ଚଲିଙ୍ଗେଶ୍ବରରେ ଜଳାଭିଷେକ କଲେ କାଉଡିଆ ଭକ୍ତ


ନୀଳଗିରି,୧୫/୨(ମିଏସ): ପବିତ୍ର ମହାଶିବରାତ୍ରୀ ବା ଜାଗର ଉତ୍ସବ ପାଇଁ ସମସ୍ତ ଶୈବ ପୀଠ ଗୁଡିକ ଚଳଚଞ୍ଚଳ ହୋଇଥିବା ବେଳେ ଉତ୍ତର ଓଡିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ମଧ୍ୟ ପୂଜାର୍ଚ୍ଚନା ଓ ଦୀପ ଜାଳିବା ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।ହେଲେ ବାବାଙ୍କ ସ୍ବପ୍ନାଦେଶପରେ ହାତରେ ଦୀପ ପରିବର୍ତ୍ତେ କାନ୍ଧରେ ବାହୁଙ୍ଗୀ ଧରି ଦୁଇଜଣ ଭକ୍ତ ପୀଠରେ ପହଞ୍ଚିଛନ୍ତି।ସାଧାରଣତଃ ଶ୍ରାବଣ ମାସରେ ବାବଙ୍କୁ ଭକ୍ତ ମାନେ ବିଭିନ୍ନ ଜଳାଶୟରୁ ଜଳଉତ୍ତୋଳନ କରି ଜଳାଭିଷେକ କରିଥାଆନ୍ତି।ହେଲେ ବାଲେଶ୍ବର ଜିଲ୍ଲା ମୋତିଗଞ୍ଜ ଅଞ୍ଚଳର ସତୁରା ବେହେରା ଓ ବିନୋଦ ବେହେରା ଦୁଇଜଣ ବନ୍ଧୁ ।ସତୁରାଙ୍କୁ ବାବାଙ୍କ ସ୍ବପ୍ନଦେଶ ହେଲା ପରେ ଉଭୟ ବାଲିଘାଟରୁ ପାଣି ଉତ୍ତୋଳନ କରି ଜଳାଭିଷେକ ପାଇଁ ପୀଠରେ ପହଞ୍ଚିଥିଲେ।ସତୁରା କହିଛନ୍ତି ବାବା ଡାକିଲେ ଆଉ ସିଏ ନିଜେ ଆମ ଦ୍ବାରା ପାଣି ଆଣିଛନ୍ତି ସେ ଆମର ବାପା ସିଏ ସବୁକିଛି ସବୁବେଳେ ଶ୍ରାବଣ ମାସରେ ପାଣି ଢାଳୁ ହେଲେ ବାବା ସ୍ବପ୍ନରେ ଆସିଲେ କହିଲୋ ପାଣି ଆଣି ଢାଳ ଆମେ ଦୁଇ ସାଙ୍ଗ ଆସିଲେ।

Post a Comment

Previous Post Next Post
Header ADS