Header ADS

No title

 ଉଦୀୟମାନ ଯୁବକ ପ୍ରତାପ ପରିଚ୍ଛାଙ୍କ ଅକାଳ ବିୟୋଗ।


ନୀଳଗିରି,୧୨/୨(ଓଡ଼ିଶା ଆଦର୍ଶ):ନୀଳଗିରିର ଉଦୀୟମାନ ତଥା ଯୁବ ବ୍ୟବସାହି ପ୍ରତାପ ପରିଛା (ଗଣ) ଙ୍କ ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଘଟଣା ନିଳଗିରିରେ ସମସ୍ତଙ୍କୁ ସ୍ତବ୍ଧ କରିଛି। ସୂଚନା ଅନୁସାରେ ନିଳଗିରି ଏନ୍ ଏ ସି ର ୨ନମ୍ବର ୱାର୍ଡର ଘାଟଘରସାହି ଗ୍ରାମର ନୁଠା ପରିଛାର ପୁଅ ପ୍ରତାପ ପରିଛା (୫୦)ବର୍ଷ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ନିଜ ସାଙ୍ଗ ସହ ଏକ ବାଇକରେ ରେମୁଣା ମେଡିକାଲରେ ନିଜର ସମ୍ପର୍କୀୟକୁ ଦେଖିବାକୁ ଯାଉଥିବାବେଳେ ରେମୁଣା ଗୋଲେଇ ନିକଟରେ ନିଜକୁ ଅସୁସ୍ଥ ଲାଗିବାରୁ ସାଙ୍ଗକୁ ବାଇକ୍ ରଖିବାକୁ କହିଥିଲେ। ପରେ ବାଇକ୍ ରୁ ତଳେ ବସିଥିବା ବେଳେ ଅଚେତ୍ ହୋଇ ପଡ଼ିଥିଲା। ସାଙ୍ଗ ଜଣକ ସଙ୍ଗେ ସଙ୍ଗେ ଏକ ଅଟୋ ରେ ରେମୁଣା ମେଡ଼ିକାଲକୁ ନେଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପ୍ରସାର ପରେ ପରିବାର, ପୋଡ଼ଶି ତଥା ନିଳଗିରିରେ ଶୋକ ର ଛାୟା ଖେଳିଯାଇଛି। ସେ ଜଣେ ମୀଷ୍ଟ ଭାଷୀ, ପର ଉପକାରୀ, ମେଳାପି ସ୍ୱଭାବର ଯୁବକ ଥିଲେ।

Post a Comment

Previous Post Next Post
Header ADS