ସାହସର ସହ ଲଢ଼ି ଭାଲୁ କବଳରୁ ଜୀବନ ବଞ୍ଚାଇଲା ନାବାଳକ ଛାତ୍ର।
ନୀଳଗିରି,୩୧/୧(ଓଡ଼ଶା ଆଦର୍ଶ):ଘରୁ ଦୋକାନକୁ ଯାଉଥିବା ଜୈନିକ ନାବାଳକ ରାସ୍ତାରେ ଭାଲୁ ଆକ୍ରମଣରେ ଶିକାର ହୋଇଥିବା ଜଣାପଡ଼ିଛି।ତେବେ ନିଜ ସାହସିକତାପାଇଁ ଭାଲୁ କବଳରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ବ୍ଲକ ଜଡ଼ିଦା ଗ୍ରାମପଞ୍ଚାୟତ ଅଧିନ ଜଗନ୍ନାଥପୁର ଗ୍ରାମରେ। ଗ୍ରାମର ଧିରେନ୍ଦ୍ର ପାତ୍ରଙ୍କ ୧୩ ବର୍ଷୀୟ ନାବାଳକ ପୁତ୍ର ପ୍ରଭାତ ରାଧାମାଧବ ଜୀଉ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠପଢନ୍ତି।ଆଜି ସକାଳ ପ୍ରାୟ ୮ ଘଟିକା ସମୟରେ ସିଟି ସ୍କୁଲ ଦେଇ ପୋଡାଶୂଳ ବଜାରକୁ ଯାଉଥିବା ବେଳେ ହଠାତ ଦୁଇଟି ଭାଲୁ ହାବୁଡ଼ରେ ପଡ଼ିଥିଲେ। ତେବେ ଗୋଟିଏ ଭାଲୁ ପ୍ରଭାତକୁ ଆକ୍ରମଣ କରିଥିଲା ବେଳେ ପ୍ରଭାତ ସାହସର ସହିତ ଭାଲୁ ସହିତ ଲଢେଇ କରିବାରୁ ଭାଲୁଦୁଇଟି ବିଲ ଭିତର ଦେଇ ଦୌଡ଼ି ପଳାଇଥିଲେ।ଭାଲୁ ଆକ୍ରମଣରେ ଛାତ୍ର ପ୍ରଭାତର ପେଟ ଏବଂ ଡାହାଣ ଗୋଡ଼ ଜଙ୍ଘ ରେ ସାମାନ୍ୟ କ୍ଷତ ହୋଇଥିଲା। ସଙ୍ଗେ ସଙ୍ଗେ ପ୍ରଭାତଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତିକରି ଚିକିତ୍ସା କରାଯାଇଥିବା ବେଳେ ନୀଳଗିରି ବନ ବିଭାଗ ଫରେଷ୍ଟର ରାମଚନ୍ଦ୍ର ଲେଙ୍କା ମେଡିକାଲ ରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରିବୁଝିବା ସହିତ ଆସୁ ଆରୋଗ୍ୟ କାମନା କରିଥିଲେ।



Post a Comment