ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳିତ।
ନୀଳଗିରି,୬/୧(ଓଡ଼ିଶା ଆଦର୍ଶ):ଓଡିଶା ସରକାରଙ୍କର ଜଳସମ୍ପଦ ବିଭାଗପକ୍ଷରୁ ଜାନୁୟାରୀ ୬ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ପାଣିପଞ୍ଚାୟତ ପକ୍ଷ ପାଳନ କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲାସ୍ତରୀୟ କ୍ଷୁଦ୍ରଜଳସେଚନ ବିଭାଗ ଆନୁକୂଲ୍ୟରେ ବିଭାଜନ ସ୍ତରୀୟ ପାଣିପାଞ୍ଚାୟତ ପକ୍ଷ ୨୦୨୬ ନୀଳଗିରି କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ମଙ୍ଗଳବାର ଶ୍ୟାମସୁନ୍ଦରପୁର ଖୋମକୋଟ୍ ଠାରେ ପାଳନ କରାଯାଇଛି। ମୁଖ୍ୟଅତିଥି ଭାବେ ଔପଦା ବ୍ଲକ ୨ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ଉଷାରାଣୀ ରାଉଳ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନକରି ଶୁଭଉଦ୍ଘାଟନ କରିଥିଲେ। ଅନ୍ୟତମ ବରେଣ୍ୟଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଯୋଗଦେଇଥିଲେ।କ୍ଷୁଦ୍ରଜଳସେଚନ ବିଭାଗର ଜିଲ୍ଲା ଅଧିକ୍ଷଣଯନ୍ତ୍ରୀ ସୁଶୀଲ କୁମାର ବିଶ୍ୱାଳ ଅତିଥିପରିଚୟ ପ୍ରଦାନ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱାଳ ତାଙ୍କ ଅଭିଭାଷଣରେ ପାଣିର ସୁବିନିଯୋଗ, ପାଣିସଂରକ୍ଷଣ, ସଚେତନ,ସହଭାଗିତାରେ ଚାଷ,କମପାଣିରେ ଅଧିକ ଜମିରେ ଚାଷ, ଜଳ ସୁପରିଚାଳନା ପାଇଁ ନିବେଦନ କରିଥିଲେ। ପରେ ଉପସ୍ଥିତ ଚାଷୀଙ୍କୁ ନେଇ ଏକ ଶପଥପାଠ କରାଯାଇଥିଲା।
କ୍ଷୁଦ୍ରଜଳସେଚନ ବିଭାଗର ବାରିପଦା ଡିଭିଜନ ଅତିରିକ୍ତ ଅଧିକ୍ଷଣଯନ୍ତ୍ରୀ ବିଷ୍ଣୁପଦ ପଟ୍ଟାୟତ ମଞ୍ଚାସୀନରହି ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ନୀଳଗିରି କ୍ଷୁଦ୍ରଜଳସେଚନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ନିମାଇଁ ଚରଣ ନାଏକ, ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ଦାସ, ବାଲେଶ୍ୱର ସାଂସ ଙ୍କ ପ୍ରତିନିଧି ଅନନ୍ତ ଗିରି, ନୀଳଗିରି ବିଧାୟକଙ୍କ ପ୍ରତିନିଧି ସଞ୍ଜୟ କୁମାର ବାରିକ, ସ୍ଥାନୀୟ ସମିତିସଭ୍ୟ ଭୋଳାନାଥ ମାଝୀ, ଔପଦା ବିଇଓ ଅଶୋକ କୁମାର ମିଶ୍ର , ନିମାଇଁ ମହାନ୍ତି,ଜୟପ୍ରକାଶ ପାଣିପାଞ୍ଚାୟତ ଧୋବାଘାଟର ଦକ୍ଷିଣ ପାଖର ସଭାପତି ଗଙ୍ଗାଧର ମିଶ୍ର,
ଖୁମକୁଟ ପାଣିପଞ୍ଚାୟତର ସଭାପତି ଶ୍ରୀନିବାସ ବାରିକ ମଞ୍ଚାସିନରହି ନିଜନିଜର ଅଭିଭାଷଣ ପ୍ରଦାନ କରିଥିଲେ। ପାଣି ପଞ୍ଚାୟତର ସମସ୍ତ ଚାଷୀ, ଏବଂ ନୀଳଗିରି ବଣସୀମା ଅଞ୍ଚଳର ସମସ୍ତ ପାଣିପଞ୍ଚାୟତର କର୍ମକର୍ତ୍ତା, ଚାଷୀଭାଇ ଉପସ୍ଥିତରହି ଚାଷକାର୍ଯ୍ୟରେ ପାଣିର ସଦୁପଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଚାଷୀଙ୍କର ଜଳସମସ୍ୟା ନେଇ ଉପସ୍ଥିତ ଚାଷୀ ଭାଇମାନେ ବକ୍ତବ୍ୟ ରଖିଥିଲେ। ଯଥାଶିଘ୍ର ଖୋମକୁଟ ବନ୍ଧକୁ ପୁନଃରୁଦ୍ଧାର ପାଇଁ ଦାବୀ କରିବାସହିତ ସଂଯୋଗୀକରଣ ରାସ୍ତାର ମରାମତି ପାଇଁ ଦାବୀ କରିଥିଲେ।
Post a Comment