Header ADS

ଧାନମଣ୍ଡି ଖୋଲିବା ଦାବୀରେ ରାସ୍ତାରୋକ

 ଧାନମଣ୍ଡି ଖୋଲିବା ଦାବୀରେ ରାସ୍ତାରୋକ



ନୀଳଗିରି,୯/୧(ଓଡ଼ିଶା ଆଦର୍ଶ):ଜାନୁଆରୀ ମାସ ଅଧା ହେବା କୁ ବସିଲାଣି କିନ୍ତୁ ସରକାରୀ ଧାନମଣ୍ଡି ଖୋଲାଯାଇ ଚାଷୀ ଙ୍କ ଠାରୁ ଧାନ କିଣାଯାଇ ନାହିଁ। ଫଳରେ ଚାଷୀ ମାନେ ଅଭାବୀ ବିକ୍ରି ରେ ସମ୍ମୁଖୀନ ହେଉଛନ୍ତି। ବେପାରୀ ମାନେ କମଦାମ୍ ରେ ଧାନ ଚାଷୀ ଙ୍କ ଠାରୁ ନେଇ ଯାଉଛନ୍ତି। ଚାଷୀ ମାନେ ବିଭିନ୍ନ ସୂତ୍ରରୁ ଟଙ୍କା କରଜ କରି ଚାଷ କରିଛନ୍ତି। ଯେହେତୁ ଚାଷ ଅମଳ ସରିଲାଣି ସେଥି ପାଇଁ ରୁଣ ପରିଶୋଧ ପାଇଁ ରୁଣ ଦେଇଥିବା ସଂସ୍ଥା ମାନେ ଚାଷୀଙ୍କ ଉପରେ ଜୁଲମ୍ କରୁଛନ୍ତି। ସେଥି ପାଇଁ ଚାଷୀ ମାନେ ବାଧ୍ୟ ହୋଇ କମ୍ ଦାମ୍ ରେ ଧାନ ବିକ୍ରି କରୁଛନ୍ତି। ଉକ୍ତ ଘଟଣା କୁ ଗୁରୁତ୍ଵ ର ସହ ନେଇ ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ସରକାରୀ ଧାନମଣ୍ଡି ଖୋଲିବା ପାଇଁ ଆଜି ସୁରକ୍ଷା ମଞ୍ଚ ର ଆବାହକ ବିଜୟ କୁମାର ପାତ୍ର ଙ୍କ ନେତୃତ୍ଵରେ ଗରଡିହି ଛକ ଠାରେ ରାସ୍ତାରୋକ କରାଯାଇଥିଲା । ଦୀର୍ଘ ତିନିଘଣ୍ଟା ରାସ୍ତାରୋକ କାର୍ଯ୍ୟକ୍ରମ ହେବା ପରେ, ପ୍ରଶାସନ ପକ୍ଷରୁ ସହକାରି ଜିଲ୍ଲାପାଳ ପ୍ରଦୀପ କୁମାର ଦାସ, 

ଏଆରସିଏସ ବିଷ୍ନୁ ମୋହନ ମଲ୍ଲିକ, ଏସିଏସଓ ବିଦ୍ୟୁତଲତା ନାୟକ ଓ ଯୋଗାଣ ଅଧିକାରୀ ରାଜଲକ୍ଷ୍ମୀ ପଣ୍ଡା ଉପସ୍ଥିତ ରହି ଆନ୍ଦୋଳନ କାରୀ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା କାଲି ଶନିବାର ଠାରୁ ନୀଳଗିରି ର ସମସ୍ତ ସରକାରୀ ଧାନମଣ୍ଡି ଖୋଲିବା ସହିତ ଚାଷୀ ଙ୍କ ଠାରୁ ଧାନ କ୍ରୟ କରାଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ, ରାସ୍ତାରୋକ କାର୍ଯ୍ୟକ୍ରମ ପ୍ରତ୍ୟାହୃତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସତ୍ୟଜିତ ଦାସ, ସୁରେଶ ନାୟକ, ଯୋଗାନନ୍ଦ ଦାଶ, ମନୋରଞ୍ଜନ ସାହୁ, ମହେଶ୍ବର ଭୁଆଁ, କାଳିଆ ପାତ୍ର, ଉମାକାନ୍ତ ଷଡଙ୍ଗୀ, ଲକ୍ଷ୍ମୀଧର ସାହୁ, ଶ୍ୟାମ ସିଂ, ରାମଚନ୍ଦ୍ର ସିଂ, ପୁରୁଷୋତ୍ତମ ଖଣ୍ଡେଇ, ଗଜେନ୍ଦ୍ର ସିଂ, ପୁରୁଷୋତ୍ତମ ବାରିକ, ନାରାୟଣ ଧାମୁଡ଼ିଆ, ଅମରେନ୍ଦ୍ର ନାୟକ, ଯୋଗେନ୍ଦ୍ର ଦାସ, ରାମଚନ୍ଦ୍ର ପଢ଼ିଆରୀ, ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS