Header ADS

ବଣଭୁଇଁ ସରକାରୀ (ଏସଏସଡି)ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ ଅନୁଷ୍ଠିତ।

 ବଣଭୁଇଁ ସରକାରୀ (ଏସଏସଡି)ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ ଅନୁଷ୍ଠିତ। 



ନୀଳଗିରି,୯/୧(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକ ଅନ୍ତର୍ଗତ ବଣଭୁଇଁ ସରକାରୀ ଏସଏସଡି ଉଚ୍ଚବିଦ୍ୟାଳୟର ବାର୍ଷିକଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୀଳଗିରିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଉଦ୍‌ଘାଟନ କରିଥିଲେ।ପିଲାମାନେ ପାଠପଢ଼ା ସହ କ୍ରୀଡ଼ା ଏବଂ ସଂସ୍କୃତି କ୍ଷେତ୍ରରେ ମଧ୍ୟ ନିଜକୁ ପ୍ରତିଷ୍ଠିତକରିବା ଆବଶ୍ୟକ ବୋଲି ମାନ୍ୟବର ବିଧାୟକ ଉଦବୋଧନ ଦେଇଥିଲେ।ବିଶେଷକରି ଅନୁସୂଚିତ ଜନଜାତି ଓ ଜାତି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ସୁଯୋଗର ସଠିକ୍ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ବିଧାୟକଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା। ଏହି ବାର୍ଷିକଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମଧୁସ୍ମିତା ପରିଡା, ବ୍ଲକ୍ ମଙ୍ଗଳସମ୍ପ୍ରସାରଣ ଅଧିକାରୀ ଶୈଳନ୍ଦ୍ର ଶତପଥୀ, ନୀଳଗିରି ମହିଳା ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ଼ଃ ପ୍ରଦୀପ୍ତ ମିଶ୍ର, ସ୍ଥାନୀୟ ସରପଞ୍ଚ ସଞ୍ଜୟ ସିଂ,ଶିକ୍ଷକ ବେଣୁଧର ମହାରଣାଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ /ଶିକ୍ଷୟତ୍ରୀ ଏବଂ ବହୁସଂଖ୍ୟାରେ ଅଭିଭାବକ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS