ନୀଳଗିରି ମହାବିଦ୍ୟାଳୟରେ ଛାତ୍ରୀ
ଆତ୍ମରକ୍ଷା ଶିବିର ଉଦ୍ଘାଟିତ
ନୀଳଗିରି,୯/୧(ଓଡ଼ିଶା ଆଦର୍ଶ):ନୀଳଗିରି ମହାବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ନିମନ୍ତେ ଏକ ଶିବିର ଉଦ୍ଘାଟିତ ହୋଇଛି।ଏହି ଶିବିର ଚଳିତ ମାସ ୮ ତାରିଖରୁ ୧୭ ତାରିଖ ପର୍ଯ୍ଯନ୍ତ ଚାଲୁ ରହିବ।ଏହି ଶିବିରରେ କିପରି ଛାତ୍ରୀ ମାନେ ନିଜକୁ ସୁରକ୍ଷା ଦେଇପାରିବେ ସେ ନେଇ ସେମାନଙ୍କୁ ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦିଆଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଅନ୍ତର୍ଯ୍ଯାମୀ ରାଉଳ ଅଧ୍ୟକ୍ଷତାରେ ଏହି ଶିବିରରେ ମୁଖ୍ଯ ଅତିଥି ଭାବେ ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ଶଙ୍କର୍ଷଣ ନାୟକ ଯୋଗଦେଇଥିଲେ।ମୁଖ୍ୟ ବକ୍ତା ଭାବେ ସଂସ୍କୃତ ବିଭାଗର ଅଧ୍ୟାପକ ଅଶୋକ କୁମାର ମାଝୀ ଯୋଗଦେଇ ଛାତ୍ରୀ ମାନଙ୍କର ଉତ୍ସାହ ବଢାଇଥିଲେ।ବାଣିଜ୍ୟ ବିଭାଗର ଅଧ୍ୟାପିକା ଶୁଭଶ୍ରୀ ଜେନା ଓ ଇତିହାସ ବିଭାଗର ଲକ୍ଷ୍ମୀପ୍ରିୟା ସିଂ ମଞ୍ଚ ପରିଚାଳନା କରିଥିବା ବେଳେ ରାଜନୀତି ବିଜ୍ଞାନର ଅଧ୍ୟାପିକା ସୀମାରାଣୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ପ୍ରଶିକ୍ଷକ ରଶ୍ମିରେଖା ବାରିକ ଓ କ୍ଷଣପ୍ରଭା ସ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।



Post a Comment