ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଶତବାର୍ଷିକୀ ପୂର୍ଣ୍ଣାଙ୍ଗ ଦିବସ ପାଳନ।
ନୀଳଗିରି,୨୬/୧୨(ଓଡ଼ିଶା ଆଦର୍ଶ): ନୀଳଗିରି ଉପଖଣ୍ଡ ଔପଦା ବ୍ଲକ, ବାଉଁଶବଣିଆ ପଞ୍ଚାୟତ ମାନଗଡ଼ ଛକଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୀଳଗିରି ଜୋନକମିଟି ତରଫରୁ ଶତବାର୍ଷିକୀ ପୂର୍ଣ୍ଣାଙ୍ଗଦିବସ ପାଳନ ହୋଇଯାଇଛି । ବରିଷ୍ଠ ସିପିଆଇ ନେତା କରୁଣାକର ପରିଡା ଲାଲପତାକା ଉତ୍ତୋଳନ କରି ଶତବାର୍ଷିକୀର ଶୁଭ ଉଦ୍ଘାଟନ କରିଥିଲେ । ପରେ ଦିବସ ପାଳନ ସଭାରେ ବର୍ଷିଆନ କୃଷକନେତା କୈଳାସ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ କରିଥିଲେ। ସଭାପ୍ରାରମ୍ଭରେ ସିପିଆଇ ଜିଲ୍ଲା ସମ୍ପାଦକ ଭାଗବତ ପ୍ରତିହାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜନ୍ମ ଇତିହାସ ବର୍ଣ୍ଣନା କରିଥିବାବେଳେ ସିପିଆଇ ରାଜ୍ୟ କାର୍ଯ୍ୟକାରୀକମିଟି ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ ସ୍ୱାଧୀନତା ଆନ୍ଦୋଳନ ସମୟରେ ୧୯୩୭ ମସିହା ଠାରୁ ଗୁପ୍ତ ଭାବରେ ବନମାଳୀ ଦାସ ସଭ୍ୟପଦ ନେଇ ୩୮ ମସିହା ରାଜତନ୍ତ୍ର ବିରୁଦ୍ଧରେ ନୀଳଗିରି ରେ ପାଟଣା ମେଳି, ୪୦ ମସିହା ରେ କମ୍ୟୁନିଷ୍ଟ କଟକ ଷଢଯନ୍ତ୍ର ମାମଲା ରେ କାରା ବରଣ କରିଥିଲେ । ୨୯୪୭ ମସିହା ଅଗଷ୍ଟ ମାସ ଭାରତ ସ୍ୱାଧୀନ ହେବା ପରେ ସେହି ବର୍ଷ ୮୯ ଦିନ ପରେ କମ୍ୟୁନିଷ୍ଟ ପାର୍ଟି ର ସଶସ୍ତ୍ର ସଂଗ୍ରାମ ନୀଳଗିରି ରାଜ୍ୟ କୁ ଭାରତ ରେ ମର୍ଜର କରାଇ ସିପିଆଇ ର ଭୂମିକା ଭାରତ ଇତିହାସ ରେ ସ୍ବର୍ଣ୍ଣlକ୍ଷର ରେ ଲିପିବଦ୍ଧ କରିବାରେ ସୁନାମ ଅର୍ଜନ କରିଥିଲା ବୋଲି ଉଦବୋଧନ ଦେଇଥିଲେ । ଦୀର୍ଘ ୭୬ ବର୍ଷ ଧରି ସାଧାରଣ ମଣିଷ ପାଇଁ ଲଢେଇ ଜାରୀ ରଖିଥିବା ବେଳେ ନୀଳଗିରି ଉପଖଣ୍ଡ ରେ ସାଧାରଣ ମଣିଷ ର ଅଧିକାର କୁ କ୍ଷୁର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାର ଙ୍କ ର ଈକୋ ସେନସିଟିଭ ଜୋନ ବିରୁଦ୍ଧରେ ଲଢେଇ ଜାରି ରଖିଛି । ଏ ସମ୍ପର୍କରେ ଆଗାମୀ ଜାନୁୟାରୀ ମାସ ପ୍ରଥମ ସପ୍ତାହ ରେ ତହସିଲଦାର ଙ୍କୁ ସାକ୍ଷାତ କରାଯିବା କାର୍ଯ୍ୟକ୍ରମ ଘୋଷଣା କରିଥିବା ବେଳେ ୩୧ ଡିସେମ୍ବର ଅଭାବୀ ଧାନ ବିକ୍ରି ସମ୍ପର୍କରେ ଉପଜିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତି ଘୋଷଣା କରିଥିଲେ । ସିପିଆଇ ର ଜୋନ ସମ୍ପାଦକ ବିଜୟ କୁମାର ସ ନୀଳଗିରି ର ଥିବା ସ୍ଥାନୀୟ ସମସ୍ୟା ପାଇଁ ସିପିଆଇ ଲଢ଼ୁଛି ଏବଂ ଆଗାମୀ ଦିନ ରେ ଏ ଲଢେଇ ଜାରି ରହିବ ବୋଲି କହି ଥିଲେ ।ଯୁବ ନେତୃତ୍ୱ ନିହାର ଜେନା ଯୁବକ ମାନଙ୍କୁ ସମବେତ କରି ଯୁବକ ମାନଙ୍କ ସମସ୍ୟା ଓ ବେକାରୀ ମାନଙ୍କୁ ନିଯୁକ୍ତି ଅବା ଭତ୍ତା ପାଇଁ ଏକ ନୂତନ ପ୍ରଣାଳୀ ରେ ଆନ୍ଦୋଳନ କରା ଯିବା ନେଇ ଆଲୋଚନା କରିଥିଲେ ।ଏହି ସଭା ର ଆୟୋଜନ ପାଟପୁର ଶାଖା ସଂପାଦକ ନିରଞ୍ଜନ ପଣ୍ଡିତ, ଶ୍ୟାମସୁନ୍ଦରପୁର ପ୍ରଭାକର ମହାପାତ୍ର , ପ୍ରତାପପଡା ସମ୍ପାଦକ ଦେବେନ୍ଦ୍ର ବେହେରା, ମହିଳା ସମ୍ପାଦିକା ଗାୟତ୍ରୀ ପଣ୍ଡା, ବାସନ୍ତୀ ନାୟକଙ୍କ ସମେତ କମ୍ୟୁନିଷ୍ଟ ପାର୍ଟି ର ବହୁ ସଦସ୍ୟ /ସଦସ୍ୟା ଉପସ୍ଥିତ ଥିଲେ ।



Post a Comment