କୋରାପୁଟ ରେ ୨୮ତମ ଜାତୀୟ ସ୍ତରୀୟ ପରବ ଉଦଘାଟିତ
କୋରାପୁଟ,୧୮/୧୨(ଓଡ଼ିଶା ଆଦର୍ଶ): ଆଜି କୋରାପୁଟ ଜିଲ୍ଲା ର ସ୍ଥାନୀୟ ପରବ ପଡିଆରେ ୨୮ତମ ଜାତୀୟ ସ୍ତରୀୟ ପରବ ଉଦଘାଟିତ ହୋଇଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳିତ କରିବା ସହ ମଶାଲ ଜାଳି କାଯ୍ୟକ୍ରମ କୁ ଉଦଘାଟନ କରିଥିଲେ । କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ ପଟାଙ୍ଗୀ ବିଧାୟକ ରାମ କାଡ଼ମ ,କୋଟପଡ଼ ବିଧାୟକ ରୂପ ଭତ୍ରା ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଓ ଜିଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ମଂଚାସୀନ ହେବାସହ କୋରାପୁଟ ର ଏହି ଜାତୀୟ ସ୍ତରୀୟ ପରବ ର ପ୍ରଶଂସା କରିଥିଲେ । ସେହିପରି ମାନନୀୟ ମନ୍ତ୍ରୀ ପରବ ର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ରାଜ୍ୟସରକାର ଙ୍କର ଉନ୍ନୟନ ମୂଳକ କାଯ୍ୟ ସହ ନିଜ ବିଭାଗ ର କାଯ୍ୟକ୍ରମ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ ।ପରେ ସାଂକୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ :- ଦେବାଶ୍ରିତ ପଟନାୟକ



Post a Comment