Header ADS

ନୀଳଗିରି କଂଗ୍ରେସ ତରଫରୁ ଅସହାୟ ଙ୍କୁ ଶୀତ ବସ୍ତ୍ର ବଣ୍ଟନ

 ନୀଳଗିରି କଂଗ୍ରେସ ତରଫରୁ ଅସହାୟ ଙ୍କୁ ଶୀତ ବସ୍ତ୍ର ବଣ୍ଟନ 



ନୀଳଗିରି,୧୪/୧୨(ଓଡ଼ିଶା ଆଦର୍ଶ): ନୀଳଗିରି କଂଗ୍ରେସ ତରଫରୁ ଯୁବନେତା ତପନ ରାଉତ ଙ୍କ ଅଧକ୍ଷ୍ୟତା ରେ ଅସହାୟ, ଦିବ୍ୟାଙ୍ଗ, ବୃଦ୍ଧ, ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର (କମ୍ବଳ)ବଣ୍ଟନ କରାଯାଇଛି|ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ଆରବନ୍ଧ ଗ୍ରାମପଂଚାୟତ ଓ ତେନ୍ତୁଳିଆ ଗ୍ରାମ ପଞ୍ଚାୟତ ର ୧୫୦ଜଣ ଅସହାୟ ଅସହାୟା, ଦିବ୍ୟାଙ୍ଗ, ଶଯ୍ୟାଶାୟୀ ରୋଗୀ, ଓ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କରାଯାଇଛି|ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀ ରାଉତ ଙ୍କ ସହିତ ନୀଳଗିରି ବ୍ଲକ ପୂର୍ବତନ ଉପାଧ୍ୟାକ୍ଷ ଶ୍ରୀଯୁକ୍ତ ଯଶୋଦାନନ୍ଦନ ସିଂହ, ପୂର୍ବତନ ଉପାଧ୍ୟକ୍ଷ, ଶ୍ରୀଯୁକ୍ତ ରାମକୃଷ୍ଣ ଜେନା, ଯୋଗେଶ୍ୱର ବେହେରା, ଓ ସୁରେନ୍ଦ୍ର ଦାସ,ପ୍ରସନ୍ନ ପାତ୍ର, ତାନ୍ତୁଳିଆ ପୂର୍ବତନ ପି. ଏସ. ମେମ୍ବର ତଥା ଏକ୍ସ ବ୍ଲକ ସଭାପତି ନୀଳଗିରି ବ୍ଲକ ଶ୍ରୀଯୁକ୍ତ କପିଳେନ୍ଦ୍ର ପାତ୍ର, ଏକ୍ସ ସରପଞ୍ଚ ତେନ୍ତୁଳିଆ ଗ୍ରାମ ପଂଚାୟତ ଗୌର ନାୟକ ଏବଂ ଆରବନ୍ଧ ଓ ତେନ୍ତୁଳିଆ ଗ୍ରାମ ପଂଚାୟତ ର ବହୁ କଂଗ୍ରେସକର୍ମୀ ସହଯୋଗ କରିଥିଲେ|


 

Post a Comment

أحدث أقدم
Header ADS